୨ବାଲି ବୋଝେଇ ହାଇୱା ଜବତ କଲା ସୋସୋ ପୋଲିସ

ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି କାରବାରରେ ରୋକ ଲଗାଇବା ପାଇଁ ପୋଲିସ ଜୋରଦାର ଧରପଗଡ଼ ଚଳାଇଛି। ଯାହାଦ୍ୱାରା ବାଲି ଚୋରା ଚାଲାଣରେ ବହୁ ପରିମାଣରେ ରୋକ ଲାଗି ପାରିଛି।  ଆନନ୍ଦପୁର ଏସଡିପିଓଙ୍କ ନିର୍ଦେଶରେ  ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ସୋସୋ ଥାନା ପୋଲିସ    ବେଆଇନ ଭାବେ ବାଲି ପରିବହନ କରୁଥିବା ୨ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି। ଏହି ବାଲି ବୋଝେଇ ଗାଡି ଗୁଡିକ ବୈତରଣୀ ନଦୀରୁ ବାଲି ବୋଝେଇ କରି ଆଗରପଡା ଅଭିମୁଖେ ଯାଉଥିବା ବେଳେ ପୋଲିସ ଅଟକାଇ ବାଲି ପରିବହନ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିଲା। କିନ୍ତୁ ଡ୍ରାଇଭର ମାନେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ। ଫଳରେ ବାଲି ବୋଝେଇ ଗାଡି ଗୁଡ଼ିକୁ ଜବତ କରାଯାଇଥିବା ସୋସୋ ଥାନା ଅଧିକାରୀଣୀ ସୂଚନା ଦେଇଛନ୍ତି। ଜବଦ ଗାଡି ଗୁଡିକୁ ସୋସୋ ଥାନା ପରିସରକୁ ଅଣା ଯାଇଛି। ଏନେଇ ସୋସୋ ଥାନାରେ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ