ଏଡସ୍ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୁଗୁଡା, (ଅନୀଲ କୁମାର ମହାରଣା)  ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଳିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ଏଡସ୍/ଏଚଆଇଭି ସଚେତନତା ପାଇଁ ଏକ କର୍ମଶାଳା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ସରୋଜ କାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବାଲିପଦର ଡ଼ିଗ୍ରୀ କଲେଜର ପ୍ରିନ୍ସପାଲ ଗୋପୀନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଡ଼କ୍ଟର ଜଗଦିଶ ଚନ୍ଦ୍ର ପାଲ୍, ପ୍ରାଧ୍ୟାପକ ଡ଼କ୍ଟର ଶିଶିର କୁମାର ନାୟକ, କିଶୋର ଚନ୍ଦ୍ର ପଣ୍ଡା, ସୁଜାତା କୁମାରୀ ପଟନାୟକ, କାହ୍ନୁଚରଣ ଦାସ,  ସଞ୍ଜୟ କୁମାର ପାତ୍ର, ପ୍ରେମାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କର୍ମଶାଳାରେ ଯୋଗ ଦେଇଥିବା ଅତିଥି ମାନେ ଏଚଆଇଭି ଓ ଏଡସ ରୋଗର କାରଣ, ଭୟାଭୟତା ଓ ତାର ପ୍ରତିଷେଧକ  ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପୂର୍ବରୁ ଏହି ସମ୍ପର୍କିତ ବକ୍ତୃତା, ସଂଗୀତ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ  ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ରେଡ କ୍ରସର କାଉନସିଲେର୍ ସ୍ମିତା ରାଣୀ ସାହୁ ପରିଚାଳନା କରିଥିଲେ। ଶେଷରେ ସହ କାଉନସିଲେର୍ ଜ୍ଞାନ ଚାନ୍ଦ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଏହି ଅବସରରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ  ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ