ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରସ୍ତୁତି ବୈଠକ

ହାଟଡିହି (ବିକାଶ ବିଶ୍ବାଳ): କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ପ୍ରଥମ୍ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଟଡିହି ଦଳୀୟ କାର୍ଯ୍ୟଳୟ ଠାରେ ବିଜେପି ହାଟଡିହି ମଣ୍ଡଳ ଓ ବଞ୍ଚୋ ମଣ୍ଡଳ କର୍ମକର୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଟଡିହି ମଣ୍ଡଳ ସଭାପତି ଦୀପକ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରଥମ ବୈଠକ ରେ ମୂଖ୍ୟ ଅତିଥି ଭାବେ ବଶିଷ୍ଠ ନେତା ରାମଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ବୈଠକରେ ମୂଖ୍ୟ ଅତିଥି ଭାବେ ବିଜେପି ନେତା ଆଲୋକ ସେଠୀ ଯୋଗଦେଇଥିଲେ। ବିକଶିତ ଭାରତର ଅମୃତକାଳ ପରିପ୍ରେକ୍ଷୀରେ କେନ୍ଦ୍ରର ୧୧ବର୍ଷ  ଓ ରାଜ୍ୟ ର ୧ବର୍ଷ ପୂର୍ତ୍ତି ଅଵସରରେ ଆଗମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ  ବିଷୟକ ଆଲୋଚନା କରଯାଇଥିଲା। ସରକାରଙ୍କ ସଫଳତାକୁ କିପରି ଘରେ ଘରେ ପହଞ୍ଚାଯାଇ ପାରିବ ତାହା ଉପରେ ଆଲୋଚନା କରାଯିବା ସହ ଜୁନ ୧୮ରୁ୨୧ ତାରିଖ ମଧ୍ୟରେ ଯୋଗ ଦିବସ ପାଳନ, ଜୁନ ୨୩ରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ, ଜୁନ ୨୫ରେ କଳା ଦିବସ ପାଳନ ନେଇ ଆଲୋଚନା କରାଯାଇ ଥିଲା। ଏହି ବୈଠକରେ ଶଶିକାନ୍ତ ରାଉତ, ସୁଶାନ୍ତ ଜେନା, ହରମୋହନ ଶାସିନି, ମିନତୀ ଧଳ, ତୃପ୍ତିମୟି ଜେନା, ଦିପ୍ତିମୟୀ ଖୁଣ୍ଟିଆ, ତପସ୍ଵିନୀ ମହାପାତ୍ର, ନିକୁଞ୍ଜ ଓଝା, ଖଗେଶ୍ୱର ମଲ୍ଲିକ, ଭୀମସେନ ପରେଇ, ଶାନ୍ତନୁ ଖୁଣ୍ଟିଆ, କୈଳାଶ ପାତ୍ର, ରୁଦ୍ର ପ୍ରସାଦ ଜେନା, ଧନେଶ୍ୱର ରାଉତ, ନିକୁଞ୍ଜ ଜେନା, ମନୋଜ ପଣ୍ଡା, ଜଗବନ୍ଧୁ ସ୍ୱାଇଁ, ଚତୁର୍ଭୁଜ ସ୍ୱାଇଁ, ଅଭିନ୍ନ ରାଉଳଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ