ଚୋରା ମଦ ସମେତ କଫ ସିରପ ଜବତ, ୬କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା ଟାଉନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତେଲେଙ୍ଗାବସନ୍ତ ଗ୍ରାମର ତ୍ରିଲୋଚନ ସାହୁ(୩୨)ଙ୍କ ଠାରୁ ୩୧ ଲିଟର ବିଦେଶୀମଦ ଓ ତ୍ରିଲୋଚନ ସାହୁ(୪୦)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ବଡ଼ଜରିଆ ଗ୍ରାମର ସୁବାଶିଷ ପଣ୍ଡା(୩୨)ଙ୍କ ଠାରୁ ୩୮ ଲିଟର ବିଦେଶୀ ମଦ, ଦିଲାରପୁର ଗ୍ରାମର ସେକ ଚାନ୍ଦ(୩୪)ଙ୍କ ଠାରୁ ୪.୭ ଲିଟର କୋଡିନେ ମିଶ୍ରିତ କଫ ସିରପ, ସାହସପୁର ଗ୍ରାମର ରଜନୀକାନ୍ତ ମଲିକ(୨୬)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଏବଂ ବାବୁରାମପାଟଣା ଗ୍ରାମର ସଙ୍ଗୀତା ଦାସ(୩୧)ଙ୍କ ଠାରୁ ୧୭ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଅଛି। ସେମାନଙ୍କ ପାଖରୁ ସମୁଦାୟ ୧୩୪ ଲିଟର ବିଦେଶୀ, ଦେଶୀ ଓ କୋଡିନେ ମିଶ୍ରିତ କଫ ସିରପ ଜବତ କରାଯାଇ ୬ ଜଣଙ୍କ ୁକୋଟ ର୍ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ିଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ, ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


