ବାଳାଶ୍ରମରୁ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଗତ ବୁଧବାର ଅପରାହ୍ନରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି l ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ ଖବର ନମିଳିବାରୁ ବାଳାଶ୍ରମ ତରଫରୁ ନନ୍ଦ କିଶୋର ପତି ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ମାମଲା ନଂ ୩୧୮/୨୦୨୬ ପଞ୍ଜିକରଣ କରି ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ କରିଛି l ପୋଲିସ ସୂଚନା ଅନୁଯାୟୀ ନିଖୋଜ ଛାତ୍ର ବାଦଲ ମାଝୀ (୧୦ ବର୍ଷ )ଙ୍କ ଘର ଯାଜପୁର ଜିଲା କୋରେଇ ଥାନା ଭାଲୁକହୁଡ଼ି ଗ୍ରାମରେ ଅଟେ l ଅଭିଯୋଗକାରୀ ବାଳାଶ୍ରମର ନନ୍ଦ କିଶୋର ପତି କହିଛନ୍ତି ଯେ ଉକ୍ତ ଛାତ୍ର ଜଣକ ପୂର୍ବରୁ ଅନେକ ଥର ଲୁଚିକି ପଳାଇଛି l ପରେ ତାକୁ ଖୋଜିକି ଆଣିଛୁ l ଏ ବାବଦରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛୁ। ପରିଶ୍ରା ଯିବ କହି ଛାତ୍ର ଜଣଙ୍କ ଲୁଚି ପଳାଉଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ