ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣା: ଦାବି ପୂରଣ ନ ହେଲେ ୧୦ରେ ଆନ୍ଦୋଳନ ଚେତାବନୀ
ଛତ୍ରପୁର, (ଓ୍ବାଇଏନଏସ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣା ର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର ଉପଜିଲ୍ଲାପାଳ ସହିତ ଆଲୋଚନା ବୈଠକ l ଆସନ୍ତା ୧୦ ତାରିଖ ସୁଦ୍ଧା ସେମାନଙ୍କ ଦାବୀ ଗୁଡିକ ସମାଧାନ ନହେଲେ ଆନ୍ଦୋଳନ ନିମନ୍ତେ ଚେତାବନୀ ଦେଲେ ଆର୍ଯ୍ୟପଲ୍ଲୀ ବାସିନ୍ଦା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଂଘୁଛି l ପୂର୍ବରୁ ସମୁଦ୍ର ୨ କିଲୋମିଟର ଦୂରରେ ଥିବା ବେଳେ ଏବେ ମାତ୍ର ଆଉ ୫୦ ମିଟର ଦୂରରେ ରହିଛି l ସମୁଦ୍ର କୂଳରେ ଥିବା ଗଙ୍ଗା ଦେବୀ ମନ୍ଦିର ଓ ରାସ୍ତାଟି ସମ୍ପୂର୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଂଚଳବାସୀ l ଏହି ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତଙ୍କୁ ଥଇଥାନ କରିବା ନିତୀ କାର୍ଯ୍ୟକାରୀ କରିବା ଦାବି ନେଇ ଗତ କିଛି ଦିନ ଧରି ଦାବି କରି ଆସୁଛନ୍ତି ଆର୍ଯ୍ୟପଲ୍ଲୀବାସୀ l ଗତ ୨୦୧୮ ମସିହାରେ ବିସ୍ଥାପିତ ଙ୍କୁ ଥଇଥାନ କରିବା ଲାଗି ଆରଡିସି ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା l ତାହାକୁ କାର୍ଯ୍ୟକାରୀ ନ କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅଂଚଳବାସୀ l ଏପରିକି ଆସନ୍ତା ୧୦ ତାରିଖରେ ଆନ୍ଦୋଳନ କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଥିଲେ l ଏହାର ସମାଧାନ ନେଇ ଆଜି ପୂର୍ବାହ୍ନ ରେ ବ୍ରହ୍ମପୁର ରେ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ୨ ଟି ଘଟଣା ର ତ୍ୱରାନ୍ୱିତ କରିବା ପାଇଁ ଆରଡିସି ସେମାନଙ୍କ ସହିତ ଆଲୋଚନା କରିଥିଲେ l ଏନେଇ ପୁଣି ଗଞ୍ଜାମ ଜିଲ୍ଲାପାଳ ଓ ଅଂଚଳବାସୀଙ୍କ ସହିତ ଆଲୋଚନା କରାଯିବ ଏବଂ ସରକାରଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ହେଲେ ଆଇଆରଇଏଲ କର୍ତ୍ତୃପକ୍ଷ ଙ୍କ ସହ ବୈଠକ କରାଯିବ ବୋଲି ଆରଡ଼ିସି ଶ୍ରୀ ମହାପାତ୍ର କହିଥିଲେl ସେହିପରି ସମୁଦ୍ର କୂଳ ଲଙ୍ଘିବା ଘଟଣା ର ସ୍ଥାୟୀ ପ୍ରତିକାର ନେଇ ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇଥିଲା l ସ୍ଥାୟୀ ସମାଧାନ ଲାଗି ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ ହୋଇଯିବ ଏବଂ ଏହାର ସମାଧାନ କରାଯିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ଆର୍ଯ୍ୟପଲ୍ଲୀବାସୀ ଙ୍କୁ ଜଣାଛନ୍ତି l ସୂଚନା ଥାଉ କି, ସମୁଦ୍ର କୂଳରେ ପଥର ପକାଇବା ପାଇଁ ଗୋପାଳପୁର ପୋର୍ଟ କୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ପୋର୍ଟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହିଁ l ଯଦି ଏହାର ସମାଧାନ ନ କରାଯାଏ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଗ୍ରାମଟି ସମୁଦ୍ର କୂଳରେ ଲୀନ ହୋଇଯିବା ସହିତ ବହୁ ମତ୍ସ୍ୟଜୀବିଙ୍କ ଭିଟାମାଟି ନଷ୍ଟ ହୋଇଯିବା ଆଶଙ୍କା ରହିଛି l ସମୁଦ୍ରକୁ ରାତି ରାତି ଧରି ମତ୍ସ୍ୟଜୀବି ମାନେ ଜଗି ବସିରହୁଛନ୍ତି l ଏହାର ଖୁବ ଶୀଘ୍ର ସମାଧାନ କରା ନଗଲେ ଆସନ୍ତା ୧୦ ତାରିଖ ଦିନ ଉଭୟ ଆଇଆରଇଏଲ ଓ ପୋର୍ଟ ଗେଟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ l ଗୋଟାଏ ପଟେ ନିଜ ପିତୃ ପୁରୁଷଙ୍କ ଭିଟାମାଟି ଙ୍କୁ ବଞ୍ଚାଇ ରଖିବା ପାଇଁ ଅଂଚଳବାସୀ ମାନେ ସଂଗ୍ରାମ କରୁଥିବା ବେଳେ ଏବେ ଦେଖିବାକୁ ବାକି ରହିଲା ପ୍ରଶାସନିକ ହସ୍ତକ୍ଷେପ ପରେ ସେମାନଙ୍କ ଦୀର୍ଘ ଦିନର ଦାବି ରେ ପୂର୍ଣ୍ଣଛେଦ ପଡୁଛି ନା ଆଗାମୀ ଦିନରେ ଆନ୍ଦୋଳନ ହେଉଛି l ଏହି ଆଲୋଚନା ବେଳେ ମତ୍ସ୍ୟଜୀବି ନେତା କେ. ଏଲେୟା,ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ .ପ୍ରଶାନ୍ତ କୁମାର କର, ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ର ସଭାପତି ବି. ସୀମା, ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁ୍ରେୟା, ଯୁବନେତା ଏନ. ଦିନବନ୍ଧୁ, ପି. ରାମବାବୁ, ଦାଶରଥି ଓ ଜେ. ଚି଼ନେୟା ଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ l


