ଗୋଟିଏ ଦିନର ବୈଜ୍ଞାନିକ ହେବାର ସୁଯୋଗ ଦିବ୍ୟଜ୍ୟୋତି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳିଲା

ବେତନଟୀ  ( ଉଦିତ କୁମାର ପରିଡା )  : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆଗ୍ରିଆ ସର୍ବଣା ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକଣ୍ଡାରୀ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀ ଗୋଟିଏ ଦିନର ବୈଜ୍ଞାନିକ ପାଇଁ ହେବାର ସୁଯୋଗ ପାଇଥିଲେ । ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଦାଖଲ କରି ଓ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଛାତ୍ରଛାତ୍ରୀମାନେ ଏହି ସୁଯୋଗ ପାଇଥିଲେ। ସ୍କୁଲର ପଦାର୍ଥ ବିଜ୍ଞାନ ଶିକ୍ଷକ ବ୍ରଜକିଶୋର ଦତ୍ତଙ୍କ ତତ୍ତ୍ୱବଧାନରେ ୧୫ ଜଣ ଛାତ୍ରଛାତ୍ରୀ ସମେତ ଭୁବନେଶ୍ୱର ସ୍ଥିତ ସି ଏସ ଆଇ ଆର – ଆଇ ଏମ ଏମ ଟି ରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତି ସମ୍ପର୍ଣ୍ଣ ବୈଜ୍ଞାନିକମାନଙ୍କ ସହ ପରୀକ୍ଷାଗାରରେ ନିଜ ନିଜର ଅନୁଭୂତି ତଥା ଅଭିଜ୍ଞତା ଲାଭ କଲେ। ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଏହା ଶେଷ ଦିନ ଥିଲା। ଏହି ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଏଥିପାଇଁ ସ୍କୁଲ ଅଧ୍ୟକ୍ଷା ଶିଷ୍ଟର ଶ୍ୟାନି. ଭି. ଜୋସେଫ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶ ପାଇଁ ଜଣେ ବିଜ୍ଞ ବୈଜ୍ଞାନିକ ହେବାର ଜିଜ୍ଞାସା ବଢିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ