ଧାନ ସଂଗ୍ରହ ବିଳମ୍ବକୁ ନେଇ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପୋଙ୍ଗଲ ପର୍ବ ପାଇଁ ଅର୍ଥର ବହୁ ଆବଶ୍ୟକତା ରହିଥିବା ବେଳେ ଗଜପତି ଜିଲ୍ଲାରେ ସରକାରଙ୍କ ଖରିଫ ଧାନକ୍ରୟରେ ବିଳମ୍ବ କରାଯାଉଛି. ଯଦ୍ୱାରା ଚାଷୀର ଅର୍ଜିତ ଫସଲ ବିକ୍ରି ହୋଇ ନ ପାରି ହାତକୁ ଟଙ୍କା ଆସିପାରୁନାହିଁ. ଯଦ୍ୱାରା ଚାଷୀ ପୋଙ୍ଗଲ କିପରି ପାଳନ କରିବେ ବୋଲି ଅସନ୍ତୋଷ ପ୍ରକାଶ କରି ତୁରନ୍ତ ଧାନ କିଣା ଯାଇ ଚାଷୀଙ୍କୁ ଏହାର ମୂଲ୍ୟ ତୁରନ୍ତ ପ୍ରଦାନ କରାଯାଉ ବୋଲି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଛନ୍ତି. ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଗୋଷାଣୀ ବ୍ଲକର ଚାଷୀମାନେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଗତ କିଛିବର୍ଷ ଧରି ଖରିଫ ଧାନଫସଲ ସଂଗ୍ରହ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପ୍ରକାରେ ଜିଲ୍ଲାରେ ଧାନମଣ୍ଡିର ଉଦ୍‌ଘାଟନ ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠାନିକ ଭାବରେ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନମଣ୍ଡିରେ ଧାନକିଣା ଆରମ୍ଭ ହୋଇନି ଏପରି ବିଳମ୍ବ ଯୋଗୁଁ ଚାଷୀମାନେ ଆର୍ଥିକ ଦୂରାବସ୍ଥାର  ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ଏହି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ସହର ଓ ଅନ୍ୟାନ୍ୟ ବ୍ଲକର ଚାଷୀମାନେ ଆଗାମୀ ୧୪ତାରିଖରେ ପୋଙ୍ଗଲ (ମକରସଂକ୍ରାନ୍ତି) ପାଳନ କରିଥାନ୍ତି। ପୋଙ୍ଗଲ ତେଲୁଗୁ ସମ୍ପ୍ରଦାୟର ସବୁଠାରୁ ପ୍ରଥମ ଓ ମୁଖ୍ୟ ପର୍ବ ଅଟେ. ଏହି ପର୍ବକୁ ସେମାନେ ଅତ୍ୟନ୍ତ ଜାକଯାକମ ଭାବେ ପାଳନ କରିଥାନ୍ତି. ହେଲେ ବର୍ତ୍ତମାନ ଧାନ ମଣ୍ଡିରେ ଧାନ କିଣାରେ ବିଳମ୍ଭ କରାଯାଉଥିବା ଯୋଗୁଁ ଏହି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି. ପୋଙ୍ଗଲ ପାଳନ ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି. ହେଲେ ଧାନ କିଣାରେ ଅହେତୁକ ବିଳମ୍ବ କରାଯିବା ଯୋଗୁଁ ଚାଷୀଙ୍କ ହାତକୁ ଟଙ୍କା ଆସିପାରୁନାହିଁ. ତେଣୁ ଚାଷୀମାନେ ଏକତ୍ରିତ ହୋଇ ଧାନ କିଣାରେ ବିଳମ୍ବ ନ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ