ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ ଶାଖା ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ପରାମର୍ଶକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଆସିକା (ଏସ୍‍ବିଆଇ ଆର୍‍ବିଓ) ପକ୍ଷରୁ ସ୍ୱଚ୍ଛତା ହିଁ ସେବା ୨୦୨୬ ଏବଂ ୟୋନୋ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ଭାରତ ମିଶନ୍‍ କାର୍ଯ୍ୟକ୍ରମ ଅନ୍ତର୍ଗତ ଏସ୍‍ବିଆଇ ଆର୍‍ବିଓ ଆସିକା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସ୍ୱଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ୟାମସୁନ୍ଦର ଠାକୁର ଓ ଆସିକା ଉପକାରଗାରର ଅଧୀକ୍ଷକ ଖଗେଶ୍ୱର ସିଂ ଯୋଗଦେଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ସୃଷ୍ଟି କରିବା ସହିତ ମାନସିକତାର ପରିବର୍ତ୍ତନ ସାଙ୍ଗକୁ ଅବିରତ ପ୍ରୟାସ ଜାରି ରଖିଲେ ସୁଫଳ ନିଶ୍ଚିତ ଭାବେ ମିଳିପାରିବ ବୋଲି ପ୍ରକାଶ କରି ପରିବେଶକୁ ନିରନ୍ତର ସ୍ୱଚ୍ଛ ରଖିବାର ସମସ୍ତଙ୍କର ପ୍ରଥମ ଲକ୍ଷ୍ୟ ହେବା ଅତି ଜରୁରୀ ହୋଇପଡିଥିଲା ବେଳେ ବର୍ଜ୍ୟବସ୍ତୁ ପରିଚାଳନା ଆଜିର ସମାଜରେ ସବୁଠାରୁ ବଡ ଆହ୍ୱାନ ସାଙ୍ଗକୁ ପରିବେଶ ସୁସ୍ଥ ରହିଲେ ଜୀବଜଗତ ତିଷ୍ଠି ରହିପାରିବ ଓ ଏଥିପାଇଁ ସମସ୍ତଙ୍କର ସହଯୋଗ, ଉଦ୍ୟମ ଓ ସଂକଳ୍ପ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଆସିକା ପକ୍ଷରୁ ଅନୁଷ୍ଠିତ ସ୍ୱଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟାଳୟର ପଦାଧିକାରୀ ଓ କର୍ମଚାରୀମାନେ ତାଲୁକାଛକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦିର ଓ ବାଲୁଙ୍କେଶ୍ୱର ପୋଖରୀ ସମେତ ଆଖପାଖ ଅଞ୍ଚଳର ଅସ୍ୱାସ୍ଥ୍ୟକର ପରିବେଶକୁ ସୁରକ୍ଷା ଦେବା ପାଇଁ ହାତରେ ଝାଡୁ ଧରି ଅଳିଆ ଆବର୍ଜନା ସଫା କରିବା ସାଙ୍ଗକୁ ସ୍ୱଚ୍ଛ ପୋଖରୀ-ସୁରକ୍ଷିତ ପୋଖରୀ ନାରା ଦେଇଥିଲେ । ଏହି ଅବସରରେ ଲୋକମାନଙ୍କୁ ଷ୍ଟେଟ୍‍ ବ୍ୟାଙ୍କର ଡିଜିଟାଲ୍‍ ବ୍ୟବସ୍ଥା ଯଥା ୟୋନୋ, ହ୍ୱାଟସ୍‍ଆପ୍‍ ବ୍ୟାଙ୍କିଙ୍ଗ୍‍, ସାଇବର ସଚେତନତା ଉପରେ ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ପାର୍କ ନିକଟରେ ସଚେତନ କରାଯିବା ସାଙ୍ଗକୁ କେତେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଟି-ସାର୍ଟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଏସ୍‍ବିଆଇ ଆର୍‍ବିଓ ପକ୍ଷରୁ ୟୋନୋର ବିଭିନ୍ନ ସୁବିଧା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସୁରକ୍ଷିତ ଏବଂ ସହଜ ଓ ସୁୁବିଧାଜନକ ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ର ବ୍ୟବହାର ଉପରେ ସୂଚନା ପ୍ରଦାନ କରାଯାଇଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ରହି ଉତ୍ସାହର ସହ ୟୋନୋର ବିଭିନ୍ନ ସୁବିଧା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଆସିକା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସ୍ୱଚ୍ଛତା ହିଁ ସେବା ଏବଂ ଗ୍ରାହକ ସଂପର୍କ ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ୟାମସୁନ୍ଦର ଠାକୁର, ମୁଖ୍ୟ ପ୍ରବନ୍ଧକ ନିରୋଧ ରାଉତ, ମାନବ ସମ୍ବଳ ପରିଚାଳକ ଦିଲୀପ କୁମାର ରାଉତରାୟ, ପରିଚାଳକ ଦିଲୀପ କୁମାର ରାଉତ, ଅନୁପ କୁମାର ଦାଶ, ଦୁର୍ଯ୍ୟୋଧନ ବେହେରା, ସହପରିଚାଳକ ହୃଦାନନ୍ଦ ସାମନ୍ତସିଂହାର, ଜିତେନ୍ଦ୍ର ମହାରଣା, ରଂଜିତ୍‍ କୁମାର ବେହେରା, ଅଶ୍ୱିନୀ କୁମାର ସାହୁ, ଉତ୍ତମ କୁମାର ଜେନା, ଶାଶାଙ୍କ ଶେଖର ମିଶ୍ରଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ