ଶିକ୍ଷକ ସଂଘ ପକ୍ଷରୁ ନୂତନ ଭାରପ୍ରାପ୍ତ ବିଇଓଙ୍କୁ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଭାରପ୍ରାପ୍ତ ବିଇଓ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ସୁଜିତ୍‍ କୁମାର ପାଢୀଙ୍କୁ ଶିକ୍ଷାବିଭାଗର ବହୁ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟର ଅନ୍ୟତମ ସର୍ବବୃହତ୍‍ ଶିକ୍ଷକ ସଂଘ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ(ଏୟୁପିଟିଏଫ୍‍) ଆସିକା ଶାଖାର ସଭାପତି ଶିବରାମ ଗୌଡ ଓ ସଂପାଦକ ଅର୍ଜୁନ ନାହାକଙ୍କ ନେତୃତ୍ୱରେ ସଂଘର ସକ୍ରିୟ ସଦସ୍ୟ ବ୍ରଜମୋହନ ପାତ୍ର, ପାଣ୍ଡବ ନାୟକ, ଅମିୟସିନ୍ଧୁ ମୁନି, ଗୁରୁପ୍ରସାଦ ଗୌଡ, ଭବାନୀ ଶଙ୍କର ପାତ୍ର, ସନ୍ତୋଷ କୁମାର ସେଠୀ ପ୍ରମୁଖ ଆସିକାର ନବନିଯୁକ୍ତ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ