ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତତିନି ପ୍ରଥମ ବର୍ଷ ନାମଲେଖା
ଆସିକା (ୱାଇଏନ୍ଏସ୍) : ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ (ଡିଗ୍ରୀ) ପାଠ୍ୟକ୍ରମରେ ନାମଲେଖା (ଫେଜ୍-୧) ପାଇଁ ପ୍ରଥମ ମେଧା ତାଲିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇସାରିଛି । ପ୍ରଥମ ମେଧା ତାଲିକାରେ ଚୟନିତ ଏବଂ ଫ୍ରିଜ୍ ବିକଳ୍ପ କରିଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଉଥିବା ବେଳେ ଏହା ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମରେ ନାମ ଲେଖାଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଥାତ୍ ୨୩ ତାରିଖ ଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗତ ସୋମବାର ଦିନ କଟ୍ଅଫ୍ ମାର୍କ ଓ ଛାତ୍ରଛାତ୍ରୀଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହେବା ପରେ ନାମଲେଖା ପ୍ରକ୍ରିୟା ୨୪ ତାରିଖରୁ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା ଜାରି ରହିବାର କାର୍ଯ୍ୟକ୍ରମ ରହିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ପାଇଁ ନାମଲେଖା ହୋଇଯାଇଥିଲା ବେଳେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର୍ ବିଭୁତି ଭୂଷଣ ବେବର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ଅଶୋକ କୁମାର ସାହୁ, ମଂଜୁ ଡାକୁଆ, ମିନତୀ ବେହେରା, ସନାତନ ପାଢୀ, ସରୋଜ କୁମାର ପଣ୍ଡା, ଅଣଶୈକ୍ଷିକ କର୍ମଚାରୀ ସନ୍ତୋଷ କୁମାର ମିଶ୍ର, ଅନିଲ୍ କୁମାର ଲେଙ୍କା, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।


