ତହସିଲ ପକ୍ଷରୁ ବାଲି ହାଇୱା ଜବତ
ନାଉଗାଁ,(ଓ୍ବାଇଏନଏସ): ବାଲୁ ବଜ୍ର ଅଭିଯାନରେ ନାଉଗାଁ ତହସିଲ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱାକୁ ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି। ଏସଂକ୍ରାନ୍ତରେ ତହସିଲଦାର ଅକ୍ଷୟ କୁମାର ବଡୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବେଆଇନ ବାଲି ଚାଲଣକୁ ରୋକିବା ପାଇଁ ବାଲିଘାଟ ଉପରେ ନଜର ରଖିବା ପାଇଁ ତହସିଲ ପକ୍ଷରୁ ବିଳମ୍ବିତ ରାତିରେ ଏନଫୋର୍ସ ଟିମ ଦ୍ୱାରା ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ତିହୁଡା ରାସ୍ତା ଦେଇ ଯାଉଥିବା ଏହି ବାଲି ବୋଝେଇ ହାଇୱା ଗାଡିର କାଗଜପତ୍ର ଯାଂଚ କରିଥିଲେ। ଗାଡିର ଚାଳକ ସଠିକ କାଗଜପତ୍ର ଦେଖାଇ ପାରି ନଥିଲେ। ଯାହାଫଳରେ ଗାଡିଟିକୁ ଅଟକ ରଖିଥିଲେ। ପୂର୍ବରୁ ଏହି ଅଭିଯାନରେ ନାଉଗାଁ ତହସିଲ ପକ୍ଷରୁ ୨ଟି ହାଇୱା ଗାଡି ଜବତ କରାଯାଇଥିଲା। ଏବିଷୟରେ ନାଉଗାଁ ଥାନାଧିକାରୀ ଦେବାଶୀଷ ପଣ୍ଡାଙ୍କୁ ପଚାରିବାରେ ଗାଡି ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା କହିଥିଲେ।


