ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ଗ୍ରାମରେ ଦୁଇ ଜଣ ଦୁର୍ବୃତ ଏକ କଳା ପଲସ ବାଇକ୍ ରେ ଆସି ଜୈନିକା ୭୦ବର୍ଷର ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଯାଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଘୋଡାଂଶ ଗ୍ରାମର ଖୁଲଣା ନାୟକ ନିଜ ଘର ସମ୍ମୁଖରେ ଥିବା ଚଉରାକୁ ପୂଜା କରୁଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ ଏକ କଳା ପଲସ ବାଇକ୍ରେ ଆସି ଚଉରା ନିକଟରେ ରହି ନିତେଇ ସାରଙ୍କ ଘର କେଉଁଠି ବୋଲି ପଚାରିଥିଲେ। ଖୂୁଲଣା କିଛି କହିବା ପୂର୍ବରୁ ତାଙ୍କ ବେକରେ ଥିବା ସୁନା ଚେନକୁ ଦୁର୍ବୃତ ମାନେ ଝାମ୍ପି ନେଇ ବାଇକ୍ ନେଇ ଚମ୍ପଟ ମାରିଥିଲେ। ଏହି ଘଟଣାକୁ ନେଇ ଖୁଲଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯାଉଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।


