ମୁରବୀ ବିହୀନ ହୋଇପଡିଛି ପୈାରପରିଷଦ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ପୈାର ପରିଷଦ ଏବେ ଗୋଟିଏ ପ୍ରକାର ମୁରବୀ ବିହୀନ ହୋଇପଡିଛି । ପୈାର ପରିଷଦର ଅଧ୍ୟକ୍ଷା ସ୍ୱର୍ଗତ ଶର୍ମିଷ୍ଠା ପ୍ରଧାନଙ୍କ ୯ ଜୁନ ୨୦୨୬ ରେ ଦେହାନ୍ତ ପରେ ଏବେ ଏହି ପଦବୀ ଖାଲି ପଡିଛି । ଦୁଇ ମାସ ବିତିଯାଇଥିଲେ ସୁଦ୍ଧା  ଏପର୍ଯ୍ୟନ୍ତ ଦାୟିତ୍ୱ ହସ୍ତାନ୍ତ କରାଯାଇନାହିଁ । ଫଳରେ ସାମଗ୍ରୀକ ସେବା ଓ ପୈାର ପ୍ରଶାସନିକ କାର୍ଯ୍ୟାବଳୀରେ ବ୍ୟାହତ ହେଉଛି । ଅଧ୍ୟକ୍ଷା ଦେହାନ୍ତ ପରେ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି । ମାତ୍ର ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯିବାର ବିଳମ୍ବ ହେତୁ ସହରବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୱାର୍ଡରେ ଚାଲିଥିବା  ଆଲୋକୀକରଣ ସମେତ ଅନ୍ୟାନ୍ୟ କାର୍ଯ୍ୟଗୁଡିକର ସମୀକ୍ଷା ଓ ଅନୁମୋଦନ ପ୍ରକ୍ରିୟା ଏକପ୍ରକାର ଧୀମେଇ ଯାଇଛି । ଓଡିଶା ପୈାର ଆଇନ ୧୯୫୦ ଅନୁଯାୟୀ ଧାରା ୪୭ରେ ଅଧ୍ୟକ୍ଷ ଙ୍କ ପଦବୀ ଖାଲି ପଡିବା କ୍ଷଣୀ ଏହି ଧାରା ସ୍ୱତଃ ପ୍ରବୃତ ଭାବେ କାର୍ଯ୍ୟକାରୀ ହୋଇଥାଏ । ନୂନତ  ଅଧ୍ୟକ୍ଷ ନିର୍ବାଚିତ ହୋଇ ଦୟିତ୍ୱ ଗ୍ରହଣ ନକରିବା ପର୍ଯ୍ୟନ୍ତ ଉପାଧ୍ୟକ୍ଷ କାର୍ଯ୍ୟକାରୀ   ଅଧ୍ୟକ୍ଷ ଭାବେ ପୈାର ଶାସନ ପରିଚାଳନା କରିବେ । ଏପରିକି ସମସ୍ତ ପ୍ରଶାସନିକ ନୀତିଗତ ଏବଂ ଆର୍ଥିକ କ୍ଷମତା ମଧ୍ୟ ଦାୟିତ୍ୱ ନେବେ । ଧାରା ୫୨ରେ ଜିଲାପାଳ କିମ୍ବା କୈାଣସି ବରିଷ୍ଠ ପ୍ରଶାସନିକଳ ଅଧିକାରୀଙ୍କୁ ନିଯୁକ୍ତି କରିପାରିବେ । ନୂତନ ନିର୍ବାଚନ ନହେବା ପ୍ରର୍ଯ୍ୟନ୍ତ ପ୍ରଶାସକ ପୈାର ପରିଷଦର ସମସ୍ତ ଆର୍ଥିକ ସ୍ୱୀକୃତି ଓ ଉନ୍ନୟନମୂଳକ କାର୍ଯ୍ୟର ନିଷ୍ପତି ନେବେ । ଧାରା ୪୮ ରେ କୈାଣସି ଉନ୍ନୟନ ଓ ଆର୍ଥିକ କାର୍ଯ୍ୟର ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଏହି ଧାରା ଲାଗୁହୁଏ । ନିର୍ବାହି ଅଧିକାରୀଙ୍କୁ ପୈାର ସେବା ସୂଚରା ରୂପେ ଚାଲିରଖିବା ପାଇଁ ପ୍ରଶାସନିକ ସ୍ୱାଧିନତା ମିଳିଥାଏ । ଧାରା ୫୪ ଅନୁଯାୟୀ ଯଦି କୈାଣସି ଅଧକ୍ଷଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୃତ୍ୟୁ, ଇସ୍ତଫା କିମ୍ବା ପଦଚ୍ୟୁତ କାରଣରୁ ପଦବୀ ଖାଲି ହୁଏ ତେବେ ନିର୍ବାହି ଅଧିକାରୀତୁରନ୍ତ ଏହି ଶୂନ ପଦବୀ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗକୁ ଅବଗତ କରାଇବେ । ଏନେଇ ଛତ୍ରପୁର ପୈାର ପରିଷଦ ନିର୍ବାହି ଅଧିକାରୀ ପ୍ରସନ୍ନ ଦାଶଙ୍କୁ ପଚାରିବାରେ ସେ ଏହି ପଦବୀ ଖାଲି ରହିଥିବା ନେଇ ନଗର ଉନ୍ନୟନ ବିଭାଗ ଓ ଜିଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି । ସୂଚନା ଥାଉକି  ସ୍ୱଗର୍ତ ପ୍ରଧାନ ୨୦୨୨ ଏନଏସି ନିର୍ବାଚନ ସମୟରେ ବିଜେପି ଟିକେଟ ଲଢି ବିଜୟୀ ହୋଇ ଦାୟିତ୍ୱ ସମ୍ପାଦାନ କରିଆସୁଥିବା ବେଳେ ୯ ଜୁନ ୨୦୨୬ ରେ ଦେହାନ୍ତ ହୋଇଥିଲା । ଛତ୍ରପୁର ପୈାର ପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ  ରହିଥିବା ବେଳେ ଏଠି କେଉଁ କାରଣରୁ ତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ମିଳୁନଥିବା ସହରରେ ଆଲୋଚନା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ