ନାଉଗାଁର ସର୍ବପୁରାତନ ତ୍ରିବେଣୀ ବୁଡ଼

ନାଉଗାଁ((ଓ୍ବାଇଏନଏସ):  ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡେଶ୍ୱର ଗ୍ରାମର ସର୍ବପୁରାତନ ଅଳକା ନଦୀ କୂଳରେ ରବିବାର ତ୍ରିବେଣୀ ବୁଡ଼ ଅନୁଷ୍ଠିତ ହେଉଛି। ଏହି ନଦୀକୁ ଉତ୍ତରବାହିନୀ ଗଙ୍ଗା ବୋଲି କୁହାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉତ୍ତରଦିଗର ପବନ ବହି ପାଣିରେ ସୁଅ ହୋଇ ଥିବାରୁ ଏହାକୁ ଉତ୍ତର ବାହିନୀ ଗଙ୍ଗା କୁହାଯାଏ । ଏଠାରେ ଅଧିଷ୍ଠାତ୍ରୀ ଦେବତା ତ୍ରିଲୋଚନେଶ୍ୱର ମହାଦେବ ଅଛନ୍ତି । ପୂଜକଙ୍କ କହିବା ଅନୁସାରେ ତ୍ରିଲୋଚନେଶ୍ୱର ରାଜା ଗରାମର ବାସୁଦେବ ମନ୍ତ୍ରୀ ବାଜପୁରର ବ୍ରଜମୋହନ ଚମ୍ପାବାଲି ମଠର ପତିତପାବନ ଓ ବୁଦ୍ଧିସାହିର ରଘୁନାଥ ଆଦି ପାଞ୍ଚ ଦେବତାଙ୍କର  ମିଳନ ଆଜିର ଦିନରେ ହୋଇଥାଆନ୍ତି । ଏହିଠାରେ ଏକ ଗଭୀର ଗଣ୍ଡ ରହିଛି । ଗଭୀର ପାଣି ଭିତରେ ଏକ ମନ୍ଦିର ବୁଡି ରହିଛି। ଏଠାରେ ଯେଉଁମାନେ ମାନସିକ କରି ବୁଡ଼ ପକାନ୍ତି,  ନିଃସନ୍ତାନ ସନ୍ତାନ ପ୍ରାପ୍ତି ହୋଇଥାଏ , ଅପୁତ୍ରିକ ପୁତ୍ର ପ୍ରାପ୍ତ ହୁଏ , ଦୁରାରୋଗ ବ୍ୟାଧି ବିଭିନ୍ନ ସମସ୍ୟାର ସମାଧାନ ହୋଇଥିବାର ନଜିର ରହିଛି ବୋଲି ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି | ମାଘମାସ ଅମାବାସ୍ୟା ତିଥିରେ ରାତିରୁ ଦୂରଦୁରାନ୍ତରୁ ବହୁଭକ୍ତ ଆସି ପଢ଼େଇ ପଡ଼ିଥାନ୍ତି। ଠାକୁର ବିମାନରେ  ଝାଞ୍ଜ,ବାଜା ବାଣ ରୋଷଣୀ ଆସି ହଜାର ହଜାର ଭକ୍ତ ସମାଗମ ହୋଇ ବିଜେସ୍ଥଳୀରେ ପହଞ୍ଚନ୍ତି | ପଢ଼େଇ ପଡ଼ିଥିବା ଭକ୍ତଙ୍କ ଉପରେ ଚଢି ଚଢି ଆସନ୍ତି । ପରେ ପରେ ଠାକୁରଙ୍କ ପ୍ରସାଦ ପାଇଲା ପରେ ପହଡ଼ ଭାଙ୍ଗନ୍ତି ।  ଏହି ସର୍ବପୁରାତନ ତ୍ରିବେଣୀ ଘାଟକୁ ପୁନଃରୁଦ୍ଧାର କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି  । ସେହି ସ୍ଥାନ ଉନ୍ନତିକରଣ ପାଇଁ ସରକାର ଦୃଷ୍ଟି ଆକର୍ଷଣ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଅନୁରୋଧ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ