ଶ୍ରୀକ୍ଷେତ୍ରରୁ ଆସିଲା ତୁଳସୀକ୍ଷେତ୍ରକୁ ପାଟରାକ୍ଷୀ

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) : ଆସନ୍ତା ୨୭ ତାରିଖ ଗୁରୁବାର ରକ୍ଷାବନ୍ଧନ ଏବଂ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ। ତେଣୁ ପୁରୀ ଶ୍ରୀକ୍ଷେତ୍ରରୁ ଭଉଣୀ ମା’ସୁଭଦ୍ରା ପଠାଇଥିବା ପାଟରାକ୍ଷୀକୁ ଶ୍ରୀବଳଦେବଜୀଉ ଜନ୍ମଦିନରେ ପିନ୍ଧିବେ। ମହାପ୍ରଭୁଙ୍କ ପାଇଁ ପାଟ ସେବା ସଂଘ ପକ୍ଷରୁ ଶ୍ରୀମନ୍ଦିର ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ଆଣି ତୁଳସୀ କ୍ଷେତ୍ରରେ ଆଜି ପହଞ୍ôଚ ଥିଲେ । ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କରକମଳରେ ସ୍ପର୍ଶ କରିବା ପରେ ଓ ଆର୍ଶୀବାଦ ପୂର୍ବକ ରାକ୍ଷୀ ନେଇ ଏକ ବର୍ଣ୍ଣାଢ୍ୟ ସୁସଜ୍ଜିତ ରଥରେ ରଖି ଆଧ୍ୟାତ୍ମିକ ପରିବେଶରେ ତୁଳସୀ କ୍ଷେତ୍ରକୁ ଆସିଥିଲେ । ଏଠାରେ ପହଞ୍ôଚବା ପରେ ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପଣ୍ଡିତ ହୃଷୀକେଶ ରଥ, ନୃସିଂହ ପ୍ରସାଦ ପତ୍ରୀ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ୍ ସାହୁ, ସୁପରଭାଇଜର ନୃସିଂହ ଚରଣ ପତ୍ରୀ, ଜ୍ୟୋତିରଞ୍ଜନ ପତ୍ରୀ ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ମନ୍ଦିର କାର୍ଯ୍ୟାଳୟ ପାଖରୁ ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ମନ୍ଦିର ପର୍ଯ୍ୟନ୍ତ ଏକ ଭକ୍ତିମୟ ଶୋଭାଯାତ୍ରାରେ ନିଆଯାଇଥିଲା । ଶୋଭାଯାତ୍ରାରେ ପାଟସେବା ସଂଘ ପକ୍ଷରୁ ସମ୍ପାଦକ ଶ୍ରୀ ଜଗନ୍ନାଥ ଚେତନା ଚାରଣ ଗୋଷ୍ଠୀ ପୁରୀର ସମ୍ପାଦକ ଡ. ଶୁଭେନ୍ଦୁ ସ୍ୱାଇଁ, ଉପଦେଷ୍ଟା ଡ. ପ୍ରଭୁଚରଣ ମହାନ୍ତି, ଟ୍ରଷ୍ଟି ଡ. ରାକେଶ ପାଣିଗ୍ରାହୀ, ଶ୍ରୀ ଜଗନ୍ନାଥ ପାଟ ରାକ୍ଷୀ ବିକାଶ ପରିଷଦ ସମ୍ପାଦକ ହିମାଂଶୁ ଶେଖର ସାହୁ , ସଭ୍ୟ ଆଶିଷ ସାହୁ, ସଭ୍ୟ ଇଂ. ରବିନାରାୟଣ ମହାପାତ୍ର, ରଞ୍ଜନ କୁମାର ବେହେରା ପ୍ରମୁଖ ବହୁ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ । ମନ୍ଦିର ପାଖରେ ପହଞ୍ôଚବା ପରେ ପୁରୀ ଜଗନ୍ନାଥ ମନ୍ଦିର ସୁଭଦ୍ରା ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମନ୍ଦିର ରତ୍ନ ସିଂହାସନ ପାଖରେ ମା’ ସୁଭଦ୍ରାଙ୍କ ପୂଜାପଣ୍ଡା ପରୀକ୍ଷିତ କରଙ୍କୁ ଉକ୍ତ ଦୁଇଗୋଟି ପାଟ ରାକ୍ଷୀକୁ ହସ୍ତାନ୍ତର କରିବା ପରେ ସୁପରଭାଇଜର ଓ ଭଣ୍ଡାରରକ୍ଷକ ଭଗବାନ ସୁଆରଙ୍କୁ ଜିମା ଦିଆଯାଇ ଭଣ୍ଡାର ଗୃହରେ ସୁରକ୍ଷିତ ଭାବେ ରଖାଯାଇଥିଲା । ଆସନ୍ତା ୨୭ତାରିଖ ଗୁରୁବାର ଜନ୍ମୋତ୍ସବ ଅବସରରେ ଶ୍ରୀବଳଦେବଜୀୟୁ ଓ ସାନଭାଇ ଶ୍ରୀଜଗନ୍ନାଥ ଏହି ପାଟରାକ୍ଷୀକୁ ହସ୍ତରେ ପରିଧାନ କରିବେ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ