ଭୁଶୁଡ଼ିବା ଅପେକ୍ଷାରେ କସପାର ସାନ ପୋଲ

ଯାଜପୁର(ପ୍ରଦୀପ କୁମାର ମଲ୍ଲିକ ): ବନ୍ୟାଜଳର ତୀବ୍ର ସ୍ରୋତରେ କସପା ପଞ୍ଚାୟତର ସାନ ପୋଲ ଘଳିଆ ପଡ଼ିବାରୁ ଏବେ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। କଟିକଟାରୁ ବୈଶପାନ ଗ୍ରାମକୁ ସଂଯୋଗ କରୁଥିବା ଏହି ପୋଲଟି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଯୋଗାଯୋଗ ମାଧ୍ୟମ ହୋଇଥିବାରୁ ବିପଦ ଘନେଇ ଆସିଛି। ଘଳିଆ ଦେଇ ବନ୍ୟା ଜଳ ତଳ ମୁଣ୍ଡକୁ ଯାଉଛି।ପୋଲ ନିକଟରେ ଘାଇ ସୃଷ୍ଟି ହେଲେ କେବଳ ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ, ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍ ଓ ଜରୁରୀ ସହାୟତା ପହଞ୍ଚାଇବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ବରିଷ୍ଠ ବିଜେପି ନେତା ଗୌତମ ରାୟ ବିଭାଗୀୟ ଅଧିକାରୀ, ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ କୁମାର ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ବର୍ତ୍ତମାନ ଘଳିଆ ଅଞ୍ଚଳରେ ବାଉଁଶ ଜାଫଲି କରାଯିବା ସହ ପୋଲର ସୁରକ୍ଷା ପାଇଁ ବାଲିବସ୍ତା ଫିଲିଂ ଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହା କେତେଦୂର ସଫଳ ହେବ, ତାହା ଆଗାମୀ ସମୟ ହିଁ କହିବ।ଇତିମଧ୍ୟରେ ଅପରାହ୍ନରେ ବୈତରଣୀ ଓ ଏହାର ଶାଖା କାଣୀ ନଦୀର ଜଳସ୍ତର ପୁଣି ବଢ଼ିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଆହୁରି ବଢ଼ିଛି। ପୋଲର ସୁରକ୍ଷା ନେଇ ପ୍ରଶାସନର ତ୍ୱରିତ ଓ ସ୍ଥାୟୀ ପଦକ୍ଷେପ ଏବେ ଜରୁରୀ ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ