ମନ୍ଦିରରେ କଳାକନା ବୁଲାଇଥିବା ଚୋର ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମର ଏକ ମନ୍ଦିରରେ ରାତିରେ ପଶି ଚୋରି କରିଥିବା ସେହି ଗ୍ରାମର ଭ୍ରମରବର ନାୟକଙ୍କ ପୁଅ ଶୁଭାଶିଷ ନାୟକକୁ ସଦର ଥାନା ପୋଲିସ ଗିରଫ କରିବା ସହ ତା’ ନିକଟରୁ ଚୋରି ଯାଇଥିବା ସୁନା ଓ ରୂପାର ବିଭିନ୍ନ ଅଳଙ୍କାର ଜବତ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତିି। ଏଥିସହିତ ସଂପୃକ୍ତ ଚୋର ଶୁଭାଶିଷକୁ ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ