ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ବାଙ୍ଗରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷା ବର୍ଷ 26/27ମସିହା ର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଂଜିତା ପାତ୍ରଙ୍କ ସଭାପତିତ୍ବ ରେ ପ୍ରଧାନଶିକ୍ଷକ ଜୟରାମ ବେହେରା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ!ଏଥିରେ ଆଜିର ବୈଠକ ର ମୁଖ୍ୟ ଆଲୋଚନା ମଧରେ ପ୍ରାରମିକ ଶ୍ରେଣୀ ପାଇଁ ଆକଳନ, ରୂପରେଖ, ପ୍ରସ୍ତୁତି ସ୍ତର, ଶିକ୍ଷା ବର୍ଷ ରେ ଦୁଇଟି ଗଠନ ମୂଳକ ଓ ଦୁଇଟି ସମାପ୍ତି ସୂଚକ ଆକଳନ ମଧ୍ୟରେ କଳା ଶିକ୍ଷା, ଶାରୀରିକ ଶିକ୍ଷା, ପ୍ରଶ୍ନ ପ୍ରସ୍ତୁତି, ସାମଗ୍ରିକ ପ୍ରଗତି ପତ୍ର, ମୌଳିକ ସକ୍ଷରତା, ଅଂଶ ଗ୍ରହଣ କାରୀ ଙ୍କ ଦ୍ୱାରା ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତି ଓ ଉପସ୍ଥାପନା ଗ୍ୟାଲେରୀ ପରିଭ୍ରମଣ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ନ୍ୟସ୍ତ କାର୍ଯ୍ୟ, ଶିକ୍ଷଣ ସୋପାନ ରେଜିଷ୍ଟର ଓ ଶୈକ୍ଷିକ ଆଲୋଚନା କରାଯାଇଥିଲା, ପ୍ରଧାନଶିକ୍ଷକଓ ପ୍ରଧାନଶିକ୍ଷୟତ୍ରୀ ମାନଙ୍କ ମଧ୍ୟ୍ୟରେ ଅଳକା ପଣ୍ଡା, ରିତା ବେହେରା ବଂଶୀଧର ପରିଡା, ରାଜେନ୍ଦ୍ର ପ୍ରଧାନ, ବସନ୍ତ ପାତ୍ର, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟ୍ୟରେ ମନୋଜ ତ୍ରିପାଠୀ, ଶିବରାମ ପରିଡା, ମେଘନାଦ ଦଳ ବେହେରା, ସଂଗୀତା ମଞ୍ଜରୀ ଶତପଥୀ, ସୁଜିତା ବିଷୋୟୀ, ବନ୍ଦନା ମହାରଣା, ମମତା ସ୍ୱାଇଁ, ପୁଷ୍ପାଞ୍ଜଳି ବେହେରା, ସଂଗୀତା ପ୍ରଧାନ, ପର୍ଶୁରାମ ଖର, ବସୁପ୍ରଦ ତ୍ରିପାଠୀ ଦିଗାମ୍ବର ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଶିକ୍ଷା ଦାନ କୁ ସରସ ଓ ସୁନ୍ଦର କରିଥିଲେ!ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ!କାର୍ଯ୍ୟକ୍ରମ ପରି ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ନାଟକୀୟ ଭଙ୍ଗୀରେ ପରି ସମାପ୍ତି କରି କାର୍ଯ୍ୟ କ୍ରମକୁ ପିପିଟି ମାଧ୍ୟମରେ ସଂଗୃହିତ କରି ତାହାକୁ ଆସନ୍ତା ମାସରେ ପରିବେଷଣ କରି ତ୍ରୁଟି ସୁଧାରିବା ପାଈଁ ସୁନ୍ଦର ଯୋଜନା ଟିଏ ସିସାରସିସି ଓ ପ୍ରଧାନଶିକ୍ଷକ ମାନେ ଓ ଅନ୍ୟ ଶିକ୍ଷକ ଦ୍ୱାରା ପ୍ରସ୍ତୁତ କରାଯାଇଛି, ପରି ଶେଷରେ ବସୁପ୍ରଦ ତ୍ରିପାଠୀ ଧନ୍ୟବାଦ ଦେଇ ବୈଠକ ର ପରିସମାପ୍ତି କରିଥିଲେ.


