ଏସପିଙ୍କ ଦ୍ୱାରା 3 ଜଣ ବରିଷ୍ଠ ପୋଲିସ ଅଧିଚାରୀ ଓ ଓକିଲ ସମ୍ମାନୀତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସ୍.ପି. ପ୍ରହଲ୍ଲାଦ ସହାୟ ମୀନା 3 ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ଓ ନିଷ୍ଠାପର ପ୍ରୟାସ ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି. ଗଜପତି ଜିଲ୍ଲାରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ତଥା ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପ୍ରମୁଖ ଅବଦାନ ସାଜିଥିବା ସହ କର୍ଭବ୍ୟରେ ସଫଳ ସମ୍ପାଦନ ଏବଂ ବୃଭିଗତ ନିଷ୍ଠା ପାଇଁ ପାରଳାଖେମୁଣ୍ଡି ସାଇବର ଥାନାର ଡ଼ିଏସପି ଅମିତାଭ ପଣ୍ଡା, ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଆର. ଉଦୟଗିରି ଥାନାର ବରିଷ୍ଠ ପୋଲିସ ଅଧିକାରୀ କଳ୍ପଲତା ପ୍ରଧାନଙ୍କ ସମେତ ସରକାରୀ ଓକିଲ ସରୋଜ କୁମାର ରଥଙ୍କୁ ଏକ ସ୍ୱତନ୍ତ୍ର ବୈଠକରେ ଏସ୍.ପି. ଶ୍ରୀ ମୀନା ପ୍ରଂଶସା ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଛନ୍ତି.


