ନିଷିଦ୍ଧାଞ୍ଚଳ ରେ ତମାଖୁ ବ୍ୟବସାୟ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):–ଶିକ୍ଷାନୁଷ୍ଠାନ ହେବ ଗୁଟଖା ମୁକ୍ତ।ବିଦ୍ୟାଳୟ ଠାରୁ ୧ ସହ ମିଟର ଦୂର ପର୍ଯ୍ୟନ୍ତ କରାଯାଇପାରିବ ନାହିଁ ତମାଖୁ ବିକ୍ରି।ଏଥି ଲାଗି ଦଶ ବର୍ଷ ହେଲା ଲାଗୁ ହୋଇଛି କୋଟପା ଆଇନି। ହେଲେ ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସରକାରୀ କାର୍ଯ୍ୟାଳୟ ନିକଟରେ ବ୍ୟବସାୟୀ ମାନେ ଖୁଲମଖୁଲା ଗୁଟଖା ବିକ୍ରି କରୁଛନ୍ତି। କୋଟପା ଆଇନି କାମ କରୁ ନଥିବା ବେଳେ ନିଷିଦ୍ଧାଞ୍ଚଳ କୁ ତମାଖୁ ମୁକ୍ତ କରିବା ଲାଗି ଯେତେ ସବୁ ପ୍ରୟାସ ଫସର ଫାଟୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ବିଭିନ୍ନ ପଂଚାୟତ ରେ ଥିବା ବିଦ୍ୟାଳୟ ନିକଟରେ ଛୋଟ ପାନ ଦୋକାନରେ ତମାଖୁ ବିକ୍ରି ହେଉଛି।ଗୁଟଖା କାରଣ ରୁ ଅନେକ ସ୍ଥାନରେ ଫୁସଫୁସ, ହୃଦଘାତ,ମୁଖ କର୍କଟ ଦେଖିବାକୁ ମିଳୁଛି।ଏହି କାରଣ ରୁ ଅକାଳ ରେ ଝରି ପଡୁଛୁ ମୂଲ୍ୟବାନ ଜୀବନ। ବିଶେଷ କରି ଯୁବପିଢ଼ି ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି।ଏହାର କାରଣ କୋମଳମତି ବୟସରୁ ଗୁଟଖା ସେବନ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ସ୍କୁଲ, କଲେଜ ନିକଟରେ ଅବାଧରେ ତମାଖୁ ବିକ୍ରି ହେଉଛି।ହାତ ପାଆନ୍ତାରେ ଗୁଟଖା ମିଳୁଥିବାରୁ ପିଲାମାନେ ଏହି ନିଶା କବଳରେ ପଡି ଯାଉଛନ୍ତି।ଥରେ ଅଭ୍ୟାସ ହୋଇଗଲେ ଛାଡିବା କଷ୍ଟକର ହୋଇପଡୁଛି।ରାଜ୍ୟରେ କୋଟପା, ଖାଦ୍ୟ ସୁରକ୍ଷା ଆଇନି ଲାଗୁ ହୋଇଥିଲେ ମଧ୍ୟ କୋହଳ କାର୍ଯ୍ୟାନୁଷ୍ଠାନ କାରଣରୁ ନିଷିଦ୍ଧାଞ୍ଚଳ ଗୁଟଖା ମୁକ୍ତ ହୋଇପାରୁନାହିଁ । ଅନ୍ୟ ପଟେ ଏହାର ସୁଯୋଗ ନେଇ ଅସ୍ତରଙ୍ଗ  ବଜାର ହେଉ ଗ୍ରାମାଞ୍ଚଳ ରେ ହାଉଯାଉ ହେଉଛି ନକଲି ଗୁଟଖା। କମ୍ ଦାମ୍ ରେ ମିଳୁଥିବାରୁ ଏହାକୁ ତମାଖୁ ସେବନକାରୀ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି।ସଚେତନତା ଅଭାବ ରୁ ଏହା ସେମାନଙ୍କୁ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଆଡକୁ ଠେଲି ଦେଉଛି।ଏଭଳି ଅବାଧ ଗୁଟଖା ବିକ୍ରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ