୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଛକ ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି Iଓଆର ୦୨ଏ ଏଚ ୩୩୮୮ଏକ କାରରେ ଉଦଳା ଅଞ୍ଚଳର ୩ଜଣ ବ୍ୟକ୍ତି ଭୁଵନେଶ୍ଵରରୁ ଵାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଧାମନଗର ଛକ ନିକଟରେ ଏକ ପାସେଞ୍ଜର ଅଟୋର ଚାଳକ ବୁଲାଉଥିବା ସମୟରେ ଦୣତ ଗତିରେ ଆସୁଥିବା କାରଟି ଉକ୍ତ ଅଟୋକୁ ଧକ୍କା ଦେଵା ଫଳରେ ଭାରସମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡର ଓ ଷ୍ଟ୍ରିଟ ଲାଇଟ ଖୁଣ୍ଟକୁ କାରଟି ପିଟିଥିଲା। ଫଳରେ ଗାଡିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହିତ ସେଥିରେ ଥିବା ତିନି ଜଣ ବ୍ୟକ୍ତି ଚାପିହୋଇ ରକ୍ତାକ୍ତ ଅବସ୍ଥାରେ ଆହତ ଅବସ୍ଥାରେ ରହିଯାଇଥିଲେ। ଭଣ୍ଡାରିପୋଖରୀ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କାଟି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ତିନିଜଣ ଙ୍କୁ ଆମ୍ଵୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଖବର ଲେଖିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ଆଇଆଇସି ଶୁଭ୍ରଜିତ ଦାଶଙ୍କ ଠାରୁ ସୂଚନା ମିଳିଛି।


