ଦେବୀ ମୁହାଁଣ ରେ ଫସିଲା ଟ୍ରଲର :ସମୁଦ୍ରରୁ ମାଛଧରି ଫେରୁଥିଲେ ୬ଜଣ ମତ୍ସ୍ୟଜୀବି

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଦେବୀ ମୁହାଁଣ ରେ ରବିବାର ସନ୍ଧ୍ୟାରେ ମାଛଧରା ଟ୍ରଲର ଫସିଥିବା ଜଣାଯାଇଛି। ମା “କାଳୀ ନାମକ ଏକ ମାଛଧରା ଟ୍ରଲର ସମୁଦ୍ର ଭିତରୁ କୂଳକୁ ଅଥବା ନୂଆଗଡ ଜେଠି ନିକଟକୁ ଫେରୁଥିବା ବେଳେ ସମୁଦ୍ର ଉଚ୍ଚ ଲହଡି ସମେତ, ବାଲି ଲାଗିବାରୁ ହଠାତ ଅଟକି ରହିଥିବା ଦେଖିବାକୁ ମିଳିଛି।ଉକ୍ତ ଟ୍ରଲର ଟି ଇନ୍ଦ୍ରମଣି ବିଶ୍ୱାଳ ଙ୍କର ବୋଲି ସୂଚନା ମିଳିଛି। ଏହି ଟ୍ରଲର ରେ ମୋଟ ଚାଳକ ଙ୍କ ସମେତ ୬ଜଣ କ୍ରିଉ ମେମ୍ବର (ମସ୍ଚ୍ୟଜୀବି )ଥିବା ଜଣାଯାଇଛି। ତେବେ ସୂଚନା ପାଇଁ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ଓ ମସ୍ଚ୍ୟବିଭାଗ ମିତ୍ର ପହଂଚି ମା “କାଳୀ ଟ୍ରଲର ରୁ ମସ୍ଚ୍ୟଜୀବି ଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ ଟ୍ରଲର ଟି ଢେଉ ମାଡ଼ରେ ଭାଙ୍ଗିଯାଇଥିବା ସୂଚନା ମିଳିଛି।ଉଦ୍ଧାର କ୍ରିଉ ମେମ୍ବର ଶଙ୍କର କହିଛନ୍ତି, ଜାଲ ହଠାତ ଗୁରାଇ ହୋଇ ଫ୍ୟାନ ଲାଗିଯିବା ସହ ସମୁଦ୍ର ଉଚ୍ଚ ଲହଡି ମାଡ଼ ରେ ବୋଟ କୁ ସମ୍ପୂର୍ଣ୍ଣ ଫଟାଇ ଦେଇଥିଲା।
ଖବର ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଜେଠି ର ଅନତି ଦୂରରେ ସମୁଦ୍ର ମଧ୍ୟରେ ପ୍ରଚୁର ମାଛ ଶୀତ ଦିନରେ ହେଉଥିବାରୁ ଟ୍ରଲର ଙ୍କ ଭିଡ଼ ସମୁଦ୍ରରେ ଦେଖିବାକୁ ମିଳୁଛି। ମାଛଧରା ଟ୍ରଲର ମୁହାଁଣରେ ବିନା କୌଣସି ଅସୁବିଧା ରେ ପହଂଚିବା ପାଇଁ କେନ୍ଦ୍ର ସରକାର ନିୟମ କରୁଥିବା ବେଳେ ଏହା ଶହ ବିପୁଳ ପରିମାଣ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ଏଥିରେ କିଛି ସୁଫଳ ମିଳିପାରୁନାହିଁ। ସରକାରୀ ଅଧିକାରୀ ଓ ଟେକ୍ନିକାଲ ବିଭାଗ ସମନ୍ୱୟ ଅଭାବ ଯୋଗୁଁ ଦେବୀ ମୁହାଁଣ ଖୋଳା ହୋଇପାରୁନାହିଁ। ଯାହା ଫଳରେ ମୁହାଁଣ ରେ ବାରମ୍ବାର ମାଛଧରା ଟ୍ରଲର ଫସିଯାଉଛି। ତେବେ ଗତ କିଛି ବର୍ଷ ହେବ ଦେବୀ ମୁହାଁଣ ଖୋଳିବା ପାଇଁ ଦାବୀ ହେଉଥିବା ବେଳେ ପ୍ରଶାସନ ଖାମ ଖିଆଲ ଯୋଗୁଁ ସମସ୍ୟା ସହ ଅସୁବିଧା ସମ୍ମୁଖୀନ ହେଉଛନ୍ତି ମସ୍ଚ୍ୟଜୀବି। ବାରମ୍ବାର ଏଭଳି ଘଟଣା ଘଟିବା ଯୋଗୁଁ ମସ୍ଚ୍ୟଜୀବି ମାନେ ପ୍ରଶ୍ନ ଉଠାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ