ପ୍ରଶାସନର ରହିଛି ଉଦାସୀନତା : ପୋତି ହୋଇଗଲାଣି ଦେବୀ ମୁହାଁଣ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଦେବୀ ମୁହାଁଣ ଆଖପାଖ ମସ୍ଚ୍ୟଜୀବି ଗ୍ରାମବାସୀଙ୍କ ଜୀବିକା ଏବେ ବିପଦରେ।ଦେବୀ ମୁହାଁଣ ପୋତି ହୋଇଯିବା ଫଳରେ ସମୁଦ୍ର ଭିତରକୁ ଟ୍ରଲର ନେବା ଓ ଆଣିବା ସମ୍ଭବ ହେଉନାହିଁ। ଯାହାକି ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମସ୍ଚ୍ୟଜୀବି। ଗତ କିଛି ବର୍ଷ ଭିତରେ ଦେବୀ ମୁହାଁଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ତଥା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବସବାସ କରୁଥିବା ହଜାର ହଜାର ମସ୍ଚ୍ୟଜୀବି ଏବେ ଚିନ୍ତାରେ। ଫଳରେ ପେଟ ପାଟଣା ପାଇଁ ବାଧ୍ୟ ହୋଇ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜୀବିକା ବଞ୍ଚାଇବା ପାଇଁ ତୁରନ୍ତ ମୁହାଁଣ ଖନନ କରିବାକୁ ମସ୍ଚ୍ୟଜୀବି ମାନେ ଦାବୀ କରିଛନ୍ତି। ଅନ୍ୟପଟେ, ଏହାର ପୁନଃଉଦ୍ଧାର ପାଇଁ କୋଟି କୋଟି ଟଙ୍କାର ଏକ ବଜେଟ ପ୍ରସ୍ତୁତ କରାଯାଇଛି। କିନ୍ତୁ ପ୍ରଶାସନ ସ୍ତରରେ ଖାମ ଖିଆଲ ମନୋଭାବ ସହ ସରକାରୀ ଅଧିକାରୀ ଙ୍କ ଉଦାସୀନତା ଯୋଗୁଁ ମୁହାଁଣ ଖନନ କରାଯାଇନି। ଯାହାକି ପ୍ରଶସ୍ତ ହେବାରେ ଲାଗିଛି ଦେବୀ ନଦୀ ମୁହାଁଣ। ବଦଳୁଛି ନଦୀର ଗତିପଥ। ଅବକ୍ଷୟ ହେଉଛି ହେଉଛି ସମୁଦ୍ର। ନଦୀ ଭିତରେ ଧସେଇ ପଶୁଛି ସମୁଦ୍ର ଜୁଆର। ନଦୀର ଜଳ ନିଷ୍କାସନ ପଥରେ ସୃଷ୍ଟି ହୋଇଛି ବାଲୁକା ସ୍ତୁପ। ଏ ନେଇ ରାଜ୍ୟ ପାରମ୍ପରିକ ମସ୍ଚ୍ୟଜୀବି ସଙ୍ଘ ସଭାପତି ଶ୍ରୀ ଯୁକ୍ତ ପ୍ରସନ୍ନ ବେହେରା କହିଛନ୍ତି ନୂଆଗଡ ମାଛଧରା ବନ୍ଦର ଓ ମୁହାଁଣ ପୁନଃଉଦ୍ଧାର ପାଇଁ ସରକାର ଦୀର୍ଘ ୨ବର୍ଷ ହେଲା ଅର୍ଥ ଘୋଷଣା କରିଥିଲେ ମଧ୍ୟ ଆଦ୍ୟାବିଧି ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଟେଣ୍ଡର ପ୍ରକ୍ରିୟା ହେଉଛି ବୋଲି କହି ଦେବୀ ମୁହାଁଣ ସରକାରୀ ସ୍ତରର ଅଧିକାରୀ ମାନେ ବୁଝାଇ ଚାଲିଛନ୍ତି। ଏହା ସହ ଦେବୀ ମୁହାଁଣ ପୋତି ହୋଇଯିବା ଫଳରେ ଟ୍ରଲର, ଯନ୍ତ୍ର ଚାଳିତ ଟାପା ଓ ଡ଼ଙ୍ଗା ଗୁଡିକ ଯାତାୟାତ ବାଧା ପ୍ରାପ୍ତ ହେଉଛି। ଅନେକ ସମୟରେ ଟ୍ରଲର ଭାଙ୍ଗିବାର ମଧ୍ୟ ନଜିର ରହିଛି। ଏହା ସହ ଅସ୍ତରଙ୍ଗ ସହକାରୀ ମସ୍ଚ୍ୟଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ କହିଛନ୍ତି ୨୦୨୩ମସିହା ରେ ଭାରତୀୟ ଭୂତାତ୍ଵିକ ସର୍ଭେକ୍ଷଣ ଏକ ବୈଜ୍ଞାନିକ ଟିମ୍ ଆସିଥିଲେ କେତେ କ୍ଷିପ୍ର ଗତିରେ ଢେଉ ପ୍ରଭାବ ରହୁଛି। ମୁହାଁଣ ମୁହଁ ନିକଟରେ ତଦନ୍ତ କରାଯାଇଥିଲା। ବିଭାଗୀୟ ଅଧିକାରୀ ରିପୋର୍ଟ ନେଇ ଯାଇଛନ୍ତି। ଏହା ସହ ଟ୍ରଲର ସଙ୍ଘ ତରଫରୁ ଏ ନେଇ ଦାବୀ ଜଣାଇଛନ୍ତି। ଆମେ ଚେଷ୍ଟା ଜାରି ରଖିଛୁ ଯେତେ ଶୀଘ୍ର ପାରିବୁ ଗଭୀର କରିବୁ।
ସମୁଦ୍ର କୁ ଯିବା ପାଇଁ ରହିଥିବା ମୁହାଁଣ ପୋତି ହୋଇ ଯାଇଥିବାରୁ ମସ୍ଚ୍ୟଜୀବି ନାନା ହଇରାଣ ହେଉଛନ୍ତି। ମୁହାଁଣ ଗତିପଥ ରେ ସମୁଦ୍ରକୁ ଡ଼ଙ୍ଗା, ଯନ୍ତ୍ର ଚାଳିତ ଟାପା ଓ ଟ୍ରଲର ନେଲେ ବାଲି, ଘାସରେ ଲାଗି ଯାଉଛି। ଫଳରେ ଯେଉଁ ଟ୍ରଲର ସମୁଦ୍ର ଭିତରକୁ ଯାଉଛି, ତାକୁ ମସ୍ଚ୍ୟଜୀବି ସମୁଦ୍ର ଭିତରେ ଲଙ୍ଗର ପକାଇ ରଖୁଛନ୍ତି। ଏହା ଦ୍ୱାରା ବିଭିନ୍ନ ସମୟରେ ସାମୁଦ୍ରିକ ଝଡ଼ ବାତ୍ୟାରେ ସମୁଦ୍ର ଅଶାନ୍ତ ହେଲେ କିମ୍ବା ବଡ଼ ଲହଡି ଆସିଲେ ଡ଼ଙ୍ଗା, ଟାପା ଓ ଟ୍ରଲର କ୍ଷତିଗ୍ରସ୍ତ ହେଉଥିବା ମସ୍ଚ୍ୟଜୀବି ଶିବ ବେହେରା କହିଛନ୍ତି। ଏହି ମୁହାଁଣ ଉପରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ହଜାର ହଜାର ମସ୍ଚ୍ୟଜୀବି ସମେତ ଶତାଧିକ ଟ୍ରଲର କର୍ମଚାରୀ ଙ୍କ ପରିବାର ନିର୍ଭର କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ