ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱ ପରିବେଶ ଦିବସ ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀର ସାରଗାଁ ପଞ୍ଚାୟତ ସ୍ଥିତ ଗୋପୀନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। “ମା ପାଇଁ ଗଛ ଟିଏ” ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, ଜିଲ୍ଲା ଉପସଭାପତି ସୁକୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଚନ୍ଦ୍ର ଶେଖର ନନ୍ଦ, ଜିଲ୍ଲା ସମ୍ପାଦିକା ରବିତା ଦାସ, ଜିଲ୍ଲା ନାରୀ ସଭାନେତ୍ରୀ ସୁସ୍ମିତା ପଣ୍ଡା, ସଦର ବ୍ଲକ୍ ରେମୁଣା ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ବିବେଦୀ, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଆଲୋକ ପଣ୍ଡା, ପଞ୍ଚାୟତ ସଭାପତି କୁନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପିଜୁଳି, ଜାମୁ, ଅଁଳା ପରି ବିଭିନ୍ନ ପ୍ରଜାତିର ୩୦ ରୁ ଅଧିକ ଚରା ଗଛ ରୋପଣ କରାଯାଇଥିଲା। ପରିବେଶ ସନ୍ତୁଳନ ରକ୍ଷା କରିବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସବୁଜ ପରିବେଶ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସୁମିତ୍ କୁମାର ପ୍ରଧାନ, ଉମେଶ କୁମାର ଦାସ, ଆଲୋକ ଜୀ, ଭାସ୍କର ବେହେରା, ପ୍ରଦୀପ ଦାସ, ସନ୍ୟାସୀ ଦାସ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ