ବାଇକ ଦୁର୍ଘଟଣା ରେ ଘଟଣାସ୍ଥଳ ୨ଦୁଇ ମୃତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ଅଧିନ ବାଲିବନ୍ଧ ପଞ୍ଚାୟତ ମୁରୁସୁଆଁ ନିକଟରେ ମଙ୍ଗଳବାର ଅପରାହ୍ନ ରେ ବାଇକ ଦୁର୍ଘଟଣା ଘଟି ଘଟଣାସ୍ଥଳ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ମଧ୍ୟରୁ ଜଣେ ବାରିଆ ଥାନା ସିଙ୍ଗମାଜୁଣୀ ଗ୍ରାମର ଭୂପତି ରାଉତ ବୋଲି ଜଣା ପଡ଼ିଥିବା ବେଳେ, ଅନ୍ୟ ଜଣକ ହେଲେ ଆଶିଷ ଦାସ ଯାଜପୁର ଅଞ୍ଚଳ ର ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଭୂପତି ଏବଂ ଆଶିଷ ବାଇକ ଯୋଗେ ରିମୁଳି ପଟରୁ ଝୁମ୍ପୁରା ଅଭିମୁଖେ ଆସୁଥିଲେ । ତେବେ ମୁରୁସୁଆଁ ନିକଟରେ ଜାତୀୟ ରାଜପଥ ଦିଭାଇଡର ରେ ଭାରସାମ୍ୟ ହରାଇ ବାଇକ ବାଡେଇ ହେବା ସହିତ ବିଦ୍ୟୁତ ଖୁଣ୍ଟ ରେ ଧକ୍କା ଲାଗି ଛିଟିକି ପଡିଥିଲା। ଫଳରେ ଉଭୟ ଙ୍କ ମୁଣ୍ଡ ଫାଟି ଯାଇ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିଲା । ଝୁମ୍ପୁରା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ବାଇକ କୁ ଜବତ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପାଇ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି । ୨୦ ନମ୍ବର ଜାତୀୟ ରାଜପଥ ର ମରସୁଆଁ ଠାରୁ ଝୁମ୍ପୁରା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜାତୀୟ ରାଜପଥ ଉପରେ ରହିଥିବା ତୃଟି କୁ ସୁଧାରିବା ଦିଗରେ ଆଦୌ ଗୁରୁତ୍ବ ଦେଉ ନଥିବାରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେଉଥିବା ଜନସାଧାରଣ ରେ ଅଭିଯୋଗ ହେଉଛି। ଜାତୀୟ ରାଜପଥ ରେ ରହିଥିବା ତୃଟି କୁ ଚିହ୍ନଟ କରିବାକୁ ଦାବି ହେଉଛି।