‘ଉଦ୍ୟମୀ ଓଡ଼ିଶା-ଏମଏସଏମଇ’ କାର୍ଯ୍ୟକ୍ରମ
ରାୟଗଡ଼ା, ( ଯୋଗେଶ୍ୱର ଦାସ ): ରାୟଗଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା-ଏମଏସଏମଇ’ କାର୍ଯ୍ୟକ୍ରମ ସ୍ଥାନୀୟ ପି ଏମ ଶ୍ରୀ ଜି ସି ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ୨୭/୦୬/୨୦୨୬ ତାରିଖ ଠାରୁ ଆସନ୍ତା ୦୧/୦୭/୨୦୨୨ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ସେମିନାର ଏବଂ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ପ୍ରାରମ୍ଭିକ ବିଫଳତାରେ ନିରାଶ ନହୋଇ ଧୈର୍ଯ୍ୟ ଓ ଦୃଢ଼ ମନୋବଳ ସହ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ସଫଳତା ପାଇଁ ନିରନ୍ତର ପ୍ରୟାସ ଓ ନବଚିନ୍ତନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏମଏସଏମଇ କ୍ଷେତ୍ରର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାୟଗଡ଼ା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ଉଦ୍ୟୋଗ ଏବଂ ଉତ୍ପାଦର ପ୍ରଚାର ପ୍ରସାର ବ୍ୟବସ୍ଥା, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସଫଳ ଉପଯୋଗ ମାଧ୍ୟମରେ ବ୍ୟବସାୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଜ୍ୟେଷ୍ଠ ଅଧିକାରୀ ସିଭିଲ ସ୍କୋରର ଗୁରୁତ୍ୱ, ବ୍ୟାଙ୍କ ଋଣ ପ୍ରାପ୍ତିରେ ଏହାର ଭୂମିକା ଏବଂ ଆର୍ଥିକ ଶୃଙ୍ଖଳା ରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓରମାସ୍ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପ୍ରଧାନ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ, ବିପଣନ ସୁବିଧା ଓ ଉଦ୍ୟୋଗୀମାନଙ୍କ ପାଇଁ ଉପଲବ୍ଧ ସହାୟତା ସମ୍ପର୍କରେ ମତ ରଖିଥିଲେ। ଅବସରପ୍ରାପ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରରର ସହକାରୀ ପରିଚାଳ ଶ୍ରୀ ସବ୍ୟସାଚୀ ସାହୁ ଏକ ଶିଳ୍ପ ସ୍ଥାପନାର ବିଭିନ୍ନ ସୋପାନ, ଯୋଜନା ପ୍ରସ୍ତୁତି, ଆର୍ଥିକ ପରିଚାଳନା ଓ ଦୀର୍ଘମିଆଦୀ ସଫଳତାର ମାର୍ଗ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲାର ଚାରିଜଣ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଯୁବ ଉଦ୍ୟମୀମାନେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ସୁନୀଲ ପ୍ରଧାନ ପରିଚାଳନା କରିଥିଲେ ।


