ବିଡିଓଙ୍କ ନିୟମଗିରି ଡ଼ଙ୍ଗରିଆ ଗ୍ରାମ ଖମ୍ବେସି ଗସ୍ତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ଗ୍ରାମ ପଞ୍ଚାୟତର ନିୟମଗିରି ଡ଼ଙ୍ଗରିଆ ଗ୍ରାମ ଖମ୍ବେସିକୁ ଗସ୍ତ କରିଥିବା ଜଣାପଡିଛି। ଏହି ଗସ୍ତ ବେଳେ ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତି,ସହକାରୀ ଯନ୍ତ୍ରୀ (ଏଇଇ) ଭି.ଶ୍ରୀନିବାସ ରାଓ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ କୁମାର ତୁଳ,ପୁରୁଷତ୍ତମ ବିଭାରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ତରଫରୁ ପ୍ରଣୟନ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମରେ ଡଙ୍ଗରିଆ ସମ୍ପ୍ରଦାୟର ଲୋକ ମାନଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ଅଧିକାରୀ ମାନେ ସମୀକ୍ଷା କରିଥିଲେ। ସେହିପରି ପିଏମ ଜନମନ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଗୃହ ନିର୍ମାଣ ଅଗ୍ରଗତିକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। କିଛି ହିତାଧିକାରୀଙ୍କ ଘର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଶୀଘ୍ର ଘର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ସେହିପରି ଗ୍ରାମରେ ସୋଲାର ପାଣି ଯୋଗାଣ ବ୍ୟବସ୍ଥା,ବନ୍ୟା ନିୟନ୍ତ୍ରଣ ପାଚେରୀ ଏବଂ ଚେକ୍‌ଡ୍ୟାମ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ଫଳରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଅଧିକ ସକ୍ରିୟ ହେବ ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଗଠନ ହୋଇପାରିବ ବୋଲି ଆଶା ପ୍ରକଟ କରିବା ଏବଂ ଦୁର୍ଗମ ଅଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା ଓ ଆବାସ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ଗସ୍ତ କରାଯାଇଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ