ଛେଳି ଚୋରକୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ
ଛତ୍ରପୁର, (ଓ୍ବାଇ,ନଏସ): ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ସୋମବାର ବିଳମ୍ବିତ ରାତ୍ର ରେ ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ସ୍କୁଟି ଯୋଗେ ଆସି ଗ୍ରାମରେ ଛେଳି ଓ ଡିଜେଲ ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଚୋର ମାନେ ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l ଏନେଇ ଚମାଖଣ୍ଡି ଥାନା ରେ ଏତଲା ରୁଜୁ ହୋଇଛି l ପୋଲିସ ଦୁଇଜଣ ଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଚଳାଉଛନ୍ତି।


