ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ନିମନ୍ତେ ଆୟୋଜିତ SPROUT-2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ତଥା ସମ୍ପାଦକ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ଶୈକ୍ଷିକ ଅଧିକାରିଣୀ ଡ଼ଃ ରୋଜିତା ମିଶ୍ର, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଡେମୋନଷ୍ଟେଟର ସୁଜ୍ଞାନୀ କୁମାରୀ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଦ୍ଭିଦ ବିଜ୍ଞାନ ଶିକ୍ଷାର ଗୁରୁତ୍ୱ ଓ ମହତ୍ତ୍ୱ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ। ନବାଗତ ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ପରିଚୟ ପ୍ରଦାନ କରିବା ସହ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ସ୍ବର୍ଣ୍ଣ ପ୍ରଭା ବେହେରା, ପ୍ରଯୁକ୍ତା ନାୟକ, ପ୍ରାଚୀ ପ୍ରତୀକ୍ଷା ଦାଶ, ଭିତିକା ପ୍ରଧାନ, ସୁଚିସ୍ମିତା ଶତପଥୀ, ସୁଜାତା ଦାସ, ସ୍ନେହଲତା ସାହୁ, ଅମ୍ରିତା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ।