ଅପହରଣ ମାମଲାରେ ମହିଳାଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରୁ ଜଣେ ମହିଳାଙ୍କୁ ପଶ୍ଚିମ ବଙ୍ଗ ପୋଲିସର ଏକ ଟିମ ଅପହରଣ ଅପରାଧ ଅଭିଯୋଗରେ ଉଠେଇ ନେଇ ଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜଣେ ନାବାଳିକା ୩୧ ଜୁଲାଇ ୨୦୨୬ ରେ ନିଖୋଜ୍ ହୋଇଯିବା ପରେ ଏନେଇ  ହାବଡା ପୁଲିସ୍ ଥାନାରେ ଚଳିତ ମାସ ୧ ଅଗଷ୍ଟ ୨୦୨୬ ତାରିଖରେ ନାବାଳିକାଙ୍କ ପରିବାର ତରଫରୁ କେସ ରୁଜୁ ହୋଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତି କରି ହାବଡା ପୁଲିସ୍ ଥାନାରେ ୪୭୭/୨୬ ପ୍ରକାରେ ଅଣ୍ଡର ସେକ୍ସନ 137(2)/140(3)ବି ଏନ୍ ଏସ ଧାରା ୨୦୨୩ ରୁଜୁ କରାଯାଇ ଏକ ପୋଲିସ ଟିମ୍ ପାରଳା ଥାନାକୁ ଆସିଥିଲେ। ଏହି ଘଟଣାର ତଦନ୍ତ କରି ପାରଳାଖେମୁଣ୍ଡି ରୁ ଜଣେ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗୁପ୍ତ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ଉକ୍ତ ମହିଳା ଜଣକ ସେହି ନାବାଳିକାଙ୍କ ସହ Instagram ରେ ଚାର୍ଟିଂ କରୁଥିଲା। ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବଢ଼ିବା ପରେ ମହିଳା ଜଣଙ୍କ ଉକ୍ତ ନାବାଳିକା ଙ୍କୁ ପଶ୍ଚିମ ବଙ୍ଗ ଯାଇ ପାରଳାଖେମୁଣ୍ଡି ନେଇ ଆସିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଉକ୍ତ ନାବାଳିକାଙ୍କ ସହ ଯାହା ସବୁକୁ କର୍ମ କରିଥିଲେ ତାହା ତଦନ୍ତରେ ରହିଛି। ଉକ୍ତ ମହିଳାଙ୍କ ବି ପୁର୍ବରୁ ବହୁ ଅପରାଧିକ ମାମଲା ଥିବା ବି ଶୁଣିବାକୁ ମିଳିଛି। ଏହି ଘଟଣା ପରେ ପଶ୍ଚିମ ବଙ୍ଗ ପୋଲିସ ଉକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ଅଧିକ ତଦନ୍ତ ପାଇଁ ପଶ୍ଚିମ ବଙ୍ଗ ନେଇ ଥିବା ସୁଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ