ବିଶ୍ୱ ରକ୍ତ ଶିକୁଳି ଦିବସ

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ଓ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ଶୁକ୍ରବାର ବିଶ୍ୱ ରକ୍ତଶିକୁଳି ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ରକ୍ତ ଶିକୁଳି ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ରକ୍ତ ଶିକୁଳି ରୋଗ ମନୁଷ୍ୟ ଜୀବନରେ କେତେ ପ୍ରଭାବ ପକାଇଥାଏ ଏବଂ ତାହାର କାରଣ ଓ ଲକ୍ଷଣ ଉପରେ ବହୁ ଉପାଦେୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ରକ୍ତ ଶିକୁଳି ଏକ ବଂଶଗତ ରୋଗ ହୋଇଥିଲା ବେଳେ ରକ୍ତ ଶିକୁଳି ରୋଗ ପ୍ରାୟତଃ ଶିଶୁ ଜନ୍ମ ସମୟରେ ପ୍ରାୟତଃ ପିତାମାତାଙ୍କ ଠାରୁ ଗ୍ରହଣ ହୋଇଥାଏ ଯାହାରି ଫଳରେ ଶିଶୁ ପରବର୍ତ୍ତୀ ସମୟରେ କିଡ୍‍ନୀ, ଫୁସ୍‍ଫୁସ୍‍, ହୃତ୍‍ପିଣ୍ଡ, ଗଣ୍ଠି ଯନ୍ତ୍ରଣା ଆଦି ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ଅଧିକ ଥାଏ । ରକ୍ତ ଶିକୁଳି ଏକ ଗଣସୂତ୍ର ଜନିତ (ଜେନେଟିକ୍‍) ରୋଗ ହୋଇଥିବା ବେଳେ ଏଥିରେ ବହୁ ଶିଶୁ ହିମୋଗ୍ଳୋବିନ୍‍ ତ୍ରୁଟି ଥାଇ ଜନ୍ମଗ୍ରହଣ କରିଥାନ୍ତି । ମନୁଷ୍ୟ ଶରୀରରେ ରକ୍ତ ହେଉଛି ଏକ ମୁଖ୍ୟ ଉପାଦନ । ଶରୀରରେ ରକ୍ତ ସଂଚାଳନ ଠିକ୍‍ ମାତ୍ରାରେ ହେଲେ ମନୁଷ୍ୟର ଜୀବନ ଧାରଣ ସଠିକ୍‍ ଭାବେ ହୋଇଥାଏ । ତେବେ ରକ୍ତ ସଂଚାଳନ ବନ୍ଦ ହେଲେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗ କାର୍ଯ୍ୟହୀନ ହୋଇପଡିଥାଏ । ତେଣୁ ରକ୍ତ ଶିକୁଳି ରୋଗ ଚିହ୍ନଟ ହେବା ମାତ୍ରେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇଲେ ସୁସ୍ଥ ହେବା ସମ୍ଭାବନା ଅଧିକ ଥାଏ ନଚେତ୍‍ ସଠିକ୍‍ ସମୟରେ ଚିକିତ୍ସା ନକଲେ ମୃତ୍ୟୁର ସମ୍ଭାବନା ଅଧିକ ଥାଏ ବୋଲି ପ୍ରକାଶ କରି ଜୀବନରେ ପରିବର୍ତ୍ତନ ଆଣିବା ଏବଂ ରକ୍ତ ଶିକୁଳିକୁ ହରାଇବା ଓ ଆରୋଗ୍ୟକୁ ସୁନିଶ୍ଚିତ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଶ୍ୱ ରକ୍ତ ଶିକୁଳି ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ