ତ୍ରିବିଦ୍ଧେଶ୍ୱରଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ସଂପନ୍ନ
ଆସିକା (ୱାଇଏନ୍ଏସ୍) :ଆସିକା ସହରର ବଜାରସାହି ନିକଟରେ ପବିତ୍ର ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱର ଶୈବପୀଠରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସଂପନ୍ନ ହୋଇଯାଇଛି । ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱରଙ୍କ ପୀଠରେ ଜଗତ୍ଜନନୀ ଦେବୀ ପାର୍ବତୀ ଓ ଦେବଦେବ ମହାଦେବଙ୍କ ପବିତ୍ର ବିବାହ କାର୍ଯ୍ୟକ୍ରମକୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱର ଶୈବପୀଠରେ ଅନୁଷ୍ଠିତ ଦେବଦେବ ମହାଦେବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମକୁ ସଂପନ୍ନ କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣା, ଆଧ୍ୟାତ୍ମିକପ୍ରେମୀ ପି.ଶୁଭମ୍ ପାତ୍ର, ଚନ୍ଦ୍ରଶେଖର ମୁନି, ନିଗମାନନ୍ଦ ରାଉତ, ସତୀଶ୍ ଆଚାରୀ, ଶୁଭମ୍ ସାହୁ, ଦୁର୍ଗାମାଧବ ମୁନି, ନରସିଂହ ମୁନି, ଜଗବନ୍ଧୁ ମହାରଣା, ସମୀର ପ୍ରଧାନ, ରାହୁଳ ଆଚାରୀ, କେ.ସମ୍ବିତ୍ ଆଚାରୀ, ଏମ୍.ଶିବ ଆଚାରୀ, ସୋନୁ ପ୍ରଧାନ, ଜିତ୍ କୁମାର ସାହୁ, ରୁଦ୍ର ମୁନି, ଆୟୁଷ୍ମାନ୍ ନାହାକ, ଶ୍ରୀନିବାସ ମହାନ୍ତି, କେ.ବିଭି ଆଚାରୀ, ଅଜିତ୍ କୁମାର ମୁନି, ନାନୁ ମୁନି, ତାରିଣୀ ଆଚାରୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଶିବପାର୍ବତୀଙ୍କ ବିବାହ ଅବସରରେ ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ତ୍ରିବିଦ୍ଧେଶ୍ୱର ଶୈବପୀଠକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ବେଳେ ବିବାହ ମଣ୍ଡପକୁ ଆକର୍ଷଣୀୟ ରଙ୍ଗବେରଙ୍ଗର ଫୁଲ, ଆମ୍ବଡାଳ ଓ ବେଲପତ୍ରରେ ସଜେଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ବଜାର ସାହିରେ ବିଜେ ମହାପ୍ରଭୂ ବାବା ତ୍ରିବିଦ୍ଧେଶ୍ୱରଙ୍କ ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପୁର୍ଣ୍ଣ ବୈଦିକ ଓ ଦେବନୀତିରେ ଅନୁଷ୍ଠିତ ହୋଇଯାଇଛି । ବାବା ତ୍ରିବିଦ୍ଧେଶ୍ୱରଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସଂପୁର୍ଣ୍ଣ ଭାବେ ଲୋକାଚାର ଓ ବୈଦିକ ରୀତିରେ ସଂପନ୍ନ ହୋଇଥିଲା ବେଳେ ଏହି ପବିତ୍ର କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


