ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ଗୋଲେଇ ସ୍ଥିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଜେପି ଏସ୍.ସି. ମୋର୍ଚ୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରବୀନ୍ଦ୍ର କୁମାର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁ ରାମ ପରିଡ଼ା, ଜିଲ୍ଲା ସମ୍ପାଦିକା ରାବିତା ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ମାନସ ମହାନ୍ତି, ରଘୁନାଥ ପରିଡ଼ା, ପ୍ରଫୁଲ୍ଲ ଦ୍ବିବେଦୀ, ପୂର୍ବତନ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ମଳୟ କୁମାର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ସାହା, କାଉନ୍ସିଲର୍ ସିବୁନ ରୟ, କାମେଶ୍ୱର ମହାଳିକ, ପଦ୍ମଲୋଚନ ମହାଳିକ, ଅଶୋକ ଖଟୁଆ, ତପନ ବେହେରା, ସଞ୍ଜୟ ମହାଳିକ, ବିଶିକେଶ ମହାଳିକ, ଗଣେଶ ସେଠୀ, ଅଜୟ ମହାଳିକ, ବିଜୟ କୁମାର ମହାଳିକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମାଲ୍ୟାର୍ପଣ ପରେ ସମସ୍ତେ ଏକ ସ୍ୱରରେ “ଆମ୍ବେଦକର ଅମର ରହେ”ର ନାରା ଦେଇ ମହାନ ଆତ୍ମାକୁ ମନେପକାଇଥିଲେ।


