ଟ୍ରେନରୁ ଖସି ଯୁବକ ଗୁରୁତର

ଛତ୍ରପୁର (ଓ୍ବାଇଏନଏସ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ ଲାଇନ ନିକଟରେ  ଏହି ଘଟଣା ଘଟିଛି | ଆଜି ସକାଳୁ ଏକ ଟ୍ରେନକୁ ପଡ଼ି ଯୁବକ ଗୁରୁତର ହୋଇ ରେଳ କଡ଼ରେ ପଡ଼ିଥିଲେ | ପୋଡାପଦର ସରପଞ୍ଚ ସୁଜତା ଦାସ ଓ ତାଙ୍କ ସ୍ୱାମୀ ବଚ୍ଚନ ଦାସ  ଆହତ ଯୁବକ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ | ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ମଧ୍ୟ୍ୟ ପହଞ୍ଚିଥିଲେ ମେଡିକାଲରେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି | ଯୁବକ ଙ୍କ ପରିଚୟ ଜଣା ପଡ଼ିନାହିଁ | ଯୁବକଙ୍କ ସଂଜ୍ଞା ଫେରିନଥିବାରୁ ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ