କେବୁଲ କାମ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରୁ ଖସିପଡି ଯୁବକ ଗୁରୁତର

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଜଳସରପୁର ଗ୍ରାମରେ କେବୁଲ କାମ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରୁ ଖସିପଡି ଯୁବକ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ପ୍ରବୋଧ କୁମାର ନାୟକ ଆଜି ଗ୍ରାମର ଜଣେ ବ୍ୟକ୍ତିଙ୍କ କେବୁଲ କାମ କରୁଥିଲେ। ବିଦ୍ୟୁତ ଖୁଣ୍ଟରେ ଚଢି କେବୁଲ କାମ କରୁଥିବା ବେଳେ ହଠାତ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ବିଦ୍ୟୁତ ଖୁଣ୍ଟରୁ ତଳକୁ ଖସିପଡି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳନିଆ ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। କିନ୍ତୁ ଅବସ୍ଥା ସଂକଟପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ