ନିଜସ୍ୱ ଅର୍ଥରେ ରାସ୍ତା ମରାମତି କଲେ ଯୁବକ ଗୋଷ୍ଠୀ

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ପୁରୁଣା ବସଷ୍ଟାଣ୍ଡ ରାସ୍ତାର ମଧ୍ଯ ଭାଗରେ ଥିବା ଖାଲୁଆ ସ୍ଥାନକୁ ମରାମତି କଲେ ଯୁବକ ଗୋଷ୍ଠୀ। ପୋଲସରାରୁ ମା’ସିଂହାସନୀ ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କର ,ଚିରିକିପଡା ଶାସନ ଗ୍ରାମର ପୁରୁଣା ବସଷ୍ଟାଣ୍ଡରେ ରାସ୍ତାର ମଧ୍ଯ ଭାଗରେ ଦିର୍ଘ ଦିନ ଧରି ଏକ ଖାଲ ଥିବା ବେଳେ ଜଣସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ଏହି ଅବସ୍ଥାର ମରାମତି ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଚିରିକିପଡା ଶାସନ ଗ୍ରାମର ଲିଙ୍ଗରାଜ ସାହୁ, ସଞ୍ଜୟ ସାହୁ, ବାସୁଦେବ ନାୟକ, ପୃଥ୍ୱୀରାଜ ନାୟକ, ସରୋଜ ସାହୁ, ସାଗର ସାହୁ, ରବିଶଙ୍କର ପ୍ରଧାନ, ରଜନୀ ଜେନା ମିଳିତ ଭାବେ ନିଜସ୍ୱ ଅର୍ଥରୁ ସିମେଣ୍ଟ, ବାଲି ଓ ଗୁଡି ଆଣି ଶ୍ରମଦାନ କରି ଖାଲ ମରାମତି କରିଥିଲେ। ଏହି ଯୁବ ଗୋଷ୍ଠୀଙ୍କ ଏହି ପରି କାର୍ଯ୍ଯକୁ ସବୁ ମହଲ ପକ୍ଷରୁ ପ୍ରଶଂସା କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ