ହାତୀଓଟ ହାଇ ସ୍କୁଲରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ପୋଲସରା , (ଓ୍ବାଇଏନଏସ) : ପୋଲସରା ବ୍ଲକ୍ ହାତୀଓଟ ପଞ୍ଚାୟତରେ ଏକ ଦିବସୀୟ ଜୋନାଲ୍ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ବିଭାଗ ଓ ଗଂଜାମ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ମାସ ୦୧ ତାରିଖ ଦିନ ପୋଲସରା ବ୍ଲକ୍ ବିଦ୍ୟାଳୟ କ୍ରୀଡା ସଙ୍ଗଠନ ପକ୍ଷରୁ ହାତୀଓଟ ନୋଡାଲ୍ ହାଇ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଆଇନଜୀବୀ ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ନନ୍ଦ ଏବଂ ସମ୍ମାନୀତ ଅତିଥିଭାବେ ହାତୀଓଟ ଉଚ୍ଚ ବିଦ୍ୟାଳୟର ସଭାପତି ପ୍ରସନ୍ନ କୁମାର ସାହୁ, ବାଲିଛାଇ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ବାଲ୍ମିକୀ ପ୍ରଧାନ, ଜକର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅତିଥିବୃନ୍ଦ କ୍ରୀଡାର ଉପକାରିତ ବିଷୟରେ ନିଜର ମତ ପ୍ରଦାନ କରିବା ସହ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ହାତୀଓଟ ନୋଡାଲ୍ ହାଇସ୍କୁଲ, ହାତୀଓଟ ଓଏଭି, ଖଣ୍ଡୁରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଘୋଡାପଲାଣ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମଥୁରା ନୋଡାଲ ହାଇସ୍କୁଲ୍, ବାଲିଛାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାତଗୋଟି ଶିକ୍ଷାନୁଷ୍ଠାନରୁ ୧୩୮ଜଣ ଛାତ୍ରଛାତ୍ରୀ ଉଚ୍ଚଡ଼ିଆଁ, ଲମ୍ବଡିଆଁ, ଦୌଡ଼, କବାଡି ଓ ଖୋଖୋ, ଯୋଗାସନ, କ୍ରିକେଟ୍ ଓ ଫୁଟବଲ ଖେଳରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଗାମୀ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତ୍ୟେକ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ମନୋନୀତ ହୋଇଥିଲେ। ସଂପୂଣ୍ଣ କାର୍ଯ୍ୟକ୍ରମଟି ଚାରିଜୋନର ମୁଖ୍ୟ କ୍ରୀଡା ପରିଚାଳକ ଜ୍ଞାନ ରଂଜନ ଜାଲିଙ୍କ ନେତୃତ୍ୱରେ ହୋଇଥିବାବେଳେ ପ୍ରତିଯୋଗିତାରେ ଅ°ଶ ଗ୍ରହଣ କରିଥିବା ଶିକ୍ଷା ଅନୁଷ୍ଠାନ ଗୁଡିକର ସମୀର କୁମାର ଦଳେଇ, S॰ପରମେଷୁ ,କୃଷ୍ଣ ସାହୁ, ସପନ କୁମାର ଅଧିକାରୀ, ବିଭୁତି ଜେନା,ସଞ୍ଜୟ ନାୟକ,କବିରାଜ ସାହୁ , ରତ୍ନାକର ସିଠ ,ଗଙ୍ଗାଧର ଦଳେଇ,ରମେଶ ଗୌଡ , ସୁରସେନ ବେହେରା,ଖଗେଶ୍ଵର ନାୟକ,ବଳରାମ ମହାରଣା,ଦେବାଶିଷ ଜେନା,ପ୍ରିୟ ରଞ୍ଜନ ଜାଲି,ଲକ୍ଷ୍ମୀ ଜେନା,ଅମ୍ବିକା ସ୍ଵାଇଁ,ଦେବେନ୍ଦ୍ର କୁମାର ହାତୀ,କୈଳାସ ସାମନ୍ତରା ପ୍ରମୁଖ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ସହଯୋଗ କରିଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ପ୍ରାୟ ୧୦ଗୋଟି ବିଭିନ୍ନ କ୍ରୀଡାଗୁଡ଼ିକୁ ସଂପୁକ୍ତ କରାଯାଇଥିବାବେଳେ ଏଥିରେ ୧୪ ବର୍ଷ ପର୍ଯ୍ୟନ୍ତ ଏଵଂ ୧୭ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହେଉଅଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ନିରାନନ୍ଦ ସାହୁ, ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସୁନୀତା କୁମାରୀ ବଡ଼ ଜେନା, ରମେଶ ଚନ୍ଦ୍ର ସ୍ବାଇଁ, ସମୀର କୁମାର ଦଳେଇ,ସବିତା ରାଉତ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, କର୍ମଚାରୀ ଆଶିଷ କୁମାର ପାତ୍ର, ଏବଂ ଦୀପକ କୁମାର ପ୍ରଧାନ ,ସ୍ଵରାଜ୍ୟ ନାୟକ ଉପସ୍ଥିତ ଥିଲେ।


