ସମସ୍ତ କୃଷକ ନିଶ୍ଚିତ ସାର ପାଇବେ : ତହସିଲଦାର
ବୁଗୁଡା, (ଅନୀଲ କୁମାର ମହାରଣା) : କଳା ବଜାରୀ ରୋକାଯିବ, ସମସ୍ତ କୃଷକ ନିଶ୍ଚିତ ସାର ପାଇବେ, ପ୍ରକାଶ କରିଛନ୍ତି ବୁଗୁଡା ତହସିଲଦାର ତାପସ ରାଉତ। ସେପ୍ଟେମ୍ବର ୦୨ ତାରିଖ ଦିନ ବୁଗୁଡା ବ୍ଳକର ବିଭିନ୍ନ ସାର ଗୋଦାମ ଗୁଡିକୁ ପରିଦର୍ଶନ କରିବାକୁ ଯାଇ ଗଚ୍ଛିତ ସାର ତଦନ୍ତ କରି ଦେଖିଥିଲେ। ସାର କ୍ରୟ କରିବାକୁ ଆସିଥିବା କୃଷକମାନଙ୍କୁ ପଚାରି ଠିକ ଦାମରେ ଏବଂ ସଠିକ ଭାବେ ମିଳୁଛି ନା ନାହିଁ ପଚାରି ବୁଝିଥିଲେ। ବେପାରୀଙ୍କୁ କୃଷକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଉଚିତ ଦାମରେ ସାର ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଚାଷୀଙ୍କୁ ଆବଶ୍ୟକ ପରିମାଣ ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।


