ଅଙ୍ଗନୱାଡି କର୍ମୀଙ୍କୁ ଅଶୋଭନୀୟ ଭାଷାରେ ଗାଳିକରିଥିବା ପରିଦର୍ଶୀକାଙ୍କ ବଦଳୀ ଦାଵୀ
ରାଜନଗର,(ୱାଏନଏସ): ଦରମା କମ୍ କାମ ଵହୁତ ,ଗାଳି ମଧ୍ୟ କମ୍ ଶୁଣୁ ନାହାଁନ୍ତି।କଣ କରିଵେ ପେଟ ପୋଷିବା ପାଇଁ ଅଳ୍ପ ଦରମାରେ ଖଟିବାକୁ ପଡୁଛି।ହେଲେ ଗାଳି ସହିବାର ସିମା ଅଛି, ସିମା ଵାହାରେ ଟପିଯାଇଛନ୍ତି ଅଙ୍ଗନୱାଡି କର୍ମୀରୁ ସୁପରଭାଇଜର ବିଜୟା ଲକ୍ଷ୍ମୀ ସ୍ବାଇଁ।ଅନୁମାନ କରାଯାଉଛି ସୁପରଭାଇଜର କର୍ମୀ ଥିବା ବେଳେ ଶାଳୀନତା ରକ୍ଷା ଗାଳି ଶୁଣିଥିବେ,ଆଜି ସେ ଉପର କ୍ଷମତାକୁ ଆସିବାରୁ ଗୃପରେ ଅଙ୍ଗନୱାଡି କର୍ମୀମାନଙ୍କୁ ଯେପରି ଅଶାଳୀନକୁ ଭାଷାରେ ଗାଳି କରି ନିର୍ଯ୍ୟାତନ ଦେଇଛନ୍ତି।ତାହା ସମାଜରେ କର୍ମୀମାନଙ୍କ ଆତ୍ମ ସମ୍ମାନ ହାନୀ ହେଵା ସହ ମାନଵୀକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି ଏହି ସୁପରଭାଇଜର।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଶିଶୁଵିକାଶ ଯୋଜନା କାର୍ଯ୍ୟାଳୟର ପରିଦର୍ଶୀକାଙ୍କ ମେରି ରାୟ ଶାସନ।ଘର ପାଖରେ ଦୀର୍ଘ ଦିନ ଅଙ୍ଗନୱାଡି କର୍ମୀ ପରେ ସୁପର ଭାଇଜର ହୋଇ ରହିଵା ଦ୍ବାରା ଧରାକୁ ସରା ମଣୁଛନ୍ତି।ଏମାନଙ୍କୁ ଅନ୍ୟ ବ୍ଲକକୁ ଵଦଳୀ କରାଯାଇ ଥାନ୍ତା ଏପରି ବିଶୃଙ୍ଖଳା ହେଵା ସ୍ବପ୍ନ ହୋଇପଡିଥାନ୍ତା।ତେବେ ଗତମାସ ୪ ତାରିଖରେ ରାଜନଗର ସମନ୍ନ୍ବୀତ ଶିଶୁଵିକାଶ ଯୋଜନା କାର୍ଯ୍ୟାଳୟ ଅଧିନ ଇଶ୍ବରପୁରୁ ସେକ୍ଟରର ଅଙ୍ଗନୱାଡି କର୍ମୀମାନେ ସିଡିପିଓ ଦାୟିତ୍ବରେ ଥିବା ବିଡିଓ ନିଶାନ ମିଶ୍ରଙ୍କୁ ଭେଟିଥିଲେ। ଇଶ୍ବରପୁରୁ ସେକ୍ଟର ସୁପରଭାଇଜର ଶ୍ରୀମତୀ ସ୍ବାଇଁ କର୍ମୀମାନଙ୍କୁ ଅଡିଓ ମାଧ୍ୟମରେ ଗୃପରେ ଅଶାଳୀନ କୁ ଭାଷାରେ ଗାଳି ଦେବା ଏବଂ ଚାକିରୀ ନେଇଯିବା ଏପରି ଧମକ ପୂର୍ଣ୍ଣ ଅଭିଯୋଗ କରିଥିଲେ। କର୍ମୀଙ୍କ ଅଭିଯୋଗକୁ ଅଣଦେଖା କରି ବିଡିଓ ଶ୍ରୀମିଶ୍ର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।ଯାହାଫଳରେ କର୍ମୀମାନେ ନିଜର ଆତ୍ମ ସମ୍ମାନ ଵଞ୍ଚାଇଵା ପାଇଁ ବାଧ୍ୟ ହୋଇ ଶୁକ୍ରବାର ଦିନ ବିଡିଓଙ୍କ ଅନୁପସ୍ଥିତିରେ ଜିପିଓ ଶ୍ରୀ ଧର୍ମେନ୍ଦ୍ର ଦାସଙ୍କୁ ଚଳିତ ମାସ ୨୧ ତାରିଖରେ ସୁପରଭାଇଜରଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଶ୍ବରପୁରୁ ସେକ୍ଟର କର୍ମୀମାନେ ଧାରଣାରେ ଵସିବେ ଵୋଲି ଲିଖିତ ଜଣାଇଛନ୍ତି।ଏନେଇ ଜିଲ୍ଲାପାଳ,ସବ୍ କଲେକ୍ଟର,ଡିଏସ୍ ଡବ୍ଲୁ ଓ ଜିଲ୍ଲା ତଥା ରାଜ୍ୟ ସଂଘକୁ ଜଣାଇଛନ୍ତି ଵୋଲି ଇଶ୍ବରପୁରୁ ସେକ୍ଟରର ଅଙ୍ଗନୱାଡି କର୍ମୀମାନେ ବ୍ଲକରେ ଦାବୀ ପତ୍ର ଦେଵା ସମୟରେ ପ୍ରକାଶ କରିଛନ୍ତି।