ଅଭିଯୋଗ ଧାରଣାରେ ବସିଲେ ବରିଷ୍ଠ ନାଗରିକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବରିଷ୍ଠନାଗରିକ ପରିଷଦର ଏକ ପ୍ରତିନିଧି ଦଳ ସହରର ଦୁଇଟି ସମସ୍ୟାନେଇ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ଏନଏସି ଜେଇ ମାନସ ରଞ୍ଜନ ପଣ୍ଡା ହଟାତ ଉତକ୍ଷିପ୍ତ ହୋଇ ବରିଷ୍ଠ ନାଗରିକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି l ଯାହାର ପ୍ରତିବାଦରେ ପରିଷଦର ସଦସ୍ୟ ଓ କର୍ମକର୍ତ୍ତା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା।ସେପଟେ ଘଟଣାର ତଦନ୍ତ କରାଯିବା ନେଇ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିବା ନିର୍ବାହୀ ଅଧିକାରୀ ମୌଖିକ ଭାବେ କହିଛନ୍ତି ।ତେବେ ଲିଖିତ ଭାବେ ଏହି ଆଦେଶ ଦେବା ନେଇ ବରିଷ୍ଠ ନାଗରିକ ପରିଷଦ ସଦସ୍ୟମାନେ ଦାବି କରିଥିଲେ l ଖବର ପାଇ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକଧାରଣା ସ୍ଥଳରେ ପହଂଚିଥିଲେ l ବରିଷ୍ଠନାଗରିକ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡଙ୍ଗୁଆ ସାଂସଦଙ୍କ ପାଣ୍ଠି ଫେବୃ୍ୟାରୀ ମାସ ଶେଷ ସୁଦ୍ଧା କାମ ଆରମ୍ଭ ହେବ ଓ ଯନ୍ତ୍ରୀ ପଣ୍ଡାଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ସପ୍ତାହ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି,ଲିଖିତ ଭାବେ ବିଧାୟକ ନାୟକଙ୍କ ଉପସ୍ଥିତରେ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା lଆଜି ସକାଳୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କର୍ମକର୍ତ୍ତା ଓ ସଦସ୍ୟମାନେ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟି ରାସ୍ତାରେ ଗାଈଗୋରୁଙ୍କୁ ହଟାଇବା ବ୍ୟବସ୍ଥା କରିବା ଓ ତାଙ୍କ ପରିଷଦ ପାଇଁ ଦୀର୍ଘ ମାସ ଧରି ଆସିଥିବା ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁରୀ ହୋଇଛି । ତେବେ ଏହି କାମର କାର୍ଯ୍ୟାଦେଶ ଦିଆଯାଉନଥିବା ଜଣାଇଥିଲେ । ଯାହାକୁ ନେଇ ସେଠାରେ ଥିବା କନିଷ୍ଠଯନ୍ତ୍ରୀ ଶ୍ରୀ ପଣ୍ଡାଉତକ୍ଷିପ୍ତ ହୋଇ ବରିଷ୍ଠ ନାଗରିକଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା l ପରେ ଯନ୍ତ୍ରୀ ପଣ୍ଡା ମୋର ବ୍ୟବହାର କାହାକୁ ଆଘାତ ଦେଇଥାଏ, କ୍ଷମା ପ୍ରାର୍ଥନା କରୁଛି ବୋଲି କହିଥିଲେ lଏହାପରେ ସମସ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଟରୁ ବାହାରି ଆସୁଥିବା ସମୟସରେ କନିଷ୍ଠଯନ୍ତ୍ରୀ ପୁଣି ଦୁବ୍ୟବହାର କରିଥିବା ଅଭିଯୋଗ ନେଇ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟଙ୍କ ପ୍ରକୋଷ୍ଟ ସମ୍ମୁଖରେ ଧାରଣାରେ ବସିଥିଲେ l ଆଜିର ଏହି ଧାରଣାରେ ପରିଷଦର ସଭାପତି ରବୀନ୍ଦ୍ରକୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଇଂ ବିନୋଦ କୁମାର ପାଢ଼ୀ, ପୂର୍ବତନ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଶରତଦାଶ,ବିପ୍ରମହାପାତ୍ର, ବ୍ରଜ ପାଣିଗ୍ରାହୀ, ସୁରେନ୍ଦ୍ର ପଟ୍ଟନାୟକ , ବସନ୍ତ ସାବତ, ପଦ୍ମଚରଣ ପାଢ଼ୀ, କିଶୋର ମହାପାତ୍ର, ନରସିଂହ ମହାପାତ୍ର, ଯୁଧିଷ୍ଠିର ଦାସ, ଦଣ୍ଡାସି ସାବତ ହାଡ଼ିଆ ମହାପାତ୍ର, ଗୋପୀନାଥ ଶତପଥି,ଜଗନ୍ନାଥ ଆଚାର୍ଯ୍ୟ,ପ୍ରମୁଖ ଧାରଣାରେ ବସିଥିବା ବେଳେ, କାଉନସିଲର ପୁରୁଷୋତ୍ତମ ସାହୁ, ବଡ଼ ବଜ଼ାର ବ୍ୟବସାୟି ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ,ଉପସ୍ଥl ତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ