ଅର୍ଡାବାହାଲ ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ନଅ ତମ ବାର୍ଷିକ ଉତ୍ସବ ପାଳିତ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଅର୍ଡାବାହାଲ ଯୁକ୍ତ ଦୁଇ (ବିଜ୍ଞାନ) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ଆନୁକୂଲ୍ୟରେ ସ୍ଥାପିତ ହୋଇଥିବା ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ନବମ ତମ ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଯାଇଛି। ଯେଉଁଥିରେ ଅତିଥି ମାନଙ୍କ ର ପ୍ରଥମେ ମଞ୍ଚରେ ଉପସ୍ଥିତ ହେବା ପରେ ମାଁ ସମଲେଶ୍ଵରୀ ଙ୍କ ତୈଳ ଚିତ୍ର ପାର୍ଶ୍ଵରେ ରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚରେ ଉପବେଶନ କରିଥିଲେ । ଏହା ପରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ ନାଏକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ଜ୍ୟୋସ୍ନାପ୍ରିୟା ବେହେରା, ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ କୁଟୁରାଚୁଆଁ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ସୁବାସ ନାଏକ, ସମ୍ମାନିତ ଅତିଥି ଭାବେ ଭୋଜପୁର ଏସ ଏସ ଡି ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଆଇରିନା ମିଞ୍ଜ, ଷଣ୍ଡପପଥର ସରକାରୀ ଏସ୍ ଏସ୍ ଡି ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ, ଅର୍ଡାବାହାଲ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ, ପୁର୍ବତନ ବ୍ଳକ ସହକାରୀ ଶିକ୍ଷା ଅଧିକାରୀ ଗୈାରାଙ୍ଗ କୁସୁମ, ସମିତି ସଭ୍ୟା ଚମ୍ପାବତୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟ ରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ତଥା ନୃତ୍ୟ, ଗୀତ, ବକ୍ତୃତା, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଏବଂ ବିଦ୍ୟାଳୟ ର ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିବା ସହ ଟ୍ରଫି ପ୍ରଦାନ କରିଥିଲେ। ଏବଂ ଏହି ବିଦ୍ୟାଳୟ ରେ ଅଧ୍ୟୟନ କରି ସୁକ୍ଷାତି ଅର୍ଜନ କରିଥିବା ତିନୋଟି ପିଲାଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ। ଏବଂ ଶେଷରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଗଣିତ ବିଭାଗର ଅଧ୍ୟାପିକା ସୁନିମା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରୀ ଉପସ୍ଥିତ ହେବା ସହ ଦୂରଦୂରାନ୍ତରୁ ନିମନ୍ତ୍ରିତ ଅତିଥି ଏବଂ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ସମାଗମ ହୋଇଥିଲା ।