ଆଶା କର୍ମୀଙ୍କ ଦାବୀ ପତ୍ର ପ୍ରଦାନ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ): ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ସାରା ଦେଶର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଓଡ଼ିଶାଙ୍କୁ ପ୍ରଦାନ କରାଯିବା ଅବସରରେ ଆଜି ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳୀ ହୀଆଲ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ତମାଳ ସାହୁକାରଙ୍କ ନେତୃତ୍ବରେ ଗାନ୍ଧୀ ପାର୍କ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲ ମୋହନ ରାଉତ ରାୟଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ଆଶା କର୍ମୀ ସଂଘର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ମମତା ବିଶ୍ବାଳ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପୁଷ୍ପାଞ୍ଜଳି ବେହୁରା , ଆନନ୍ଦ ରାଓଙ୍କ ସହ ସମସ୍ତ ବ୍ଳକର ନେତୃବୃନ୍ଦ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୧ ଟି ବ୍ଳକରୁ ୨ ହଜାର ଉର୍ଦ୍ଧ ଆଶା କର୍ମୀ ଯୋଗଦେଇଥିଲେ। ଉକ୍ତ ଦାବି ମଧ୍ୟରେ, ସର୍ବନିମ୍ନ 18,000/- ଆଶା ଫାସିଲେଟର ମାନଙ୍କୁ 24,000/- ଏବଂ ବିଟିଟି ସଂଯୋଜକଙ୍କୁ Rs, ମାସିକ 30,000 /- ଟଙ୍କା ସର୍ବନିମ୍ନ ଦରମା ନିଶ୍ଚିତ ପ୍ରଦାନ କରାଜୀବସହ ବିଭିନ୍ନ ଦାବି ନେଇ ପଦଯାତ୍ରା ଅସି ଦାବିପତ୍ର ପ୍ରଦାନ କରିହିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ