ଗଣପର୍ବ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାବେଶ

ଧାମନଗର(ଓ୍ବାଇଏନଏସ): ଧାମନଗର ବରିଷ୍ଠ ନାଗରିକ ପରିଷଦ ତରଫରୁ ଗଣପର୍ବ ରଜ ମହୋତ୍ସବ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାବେଶ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଯୋଗ ଦେଇ ଆଧ୍ୟାତ୍ମିକ ଚେତନା ଓ ଈଶ୍ୱରୀୟ ସତ୍ତାକୁ ଅନୁଭବ କଲେ ଜୀବନ ସାର୍ଥକ ହୁଏ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସତ୍ୟସୁନ୍ଦର ପରିଡା,ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,କୋଷାଧକ୍ଷ ଇଂ ନୃସିଂହ ଚରଣ ନାୟକ, ଦଶରଥ ଦାସ ପ୍ରମୁଖ ମଞ୍ଚାସିନ ହୋଇ ବର୍ଷକ ପରେ ଆସିଛି ରଜ ଏହି ଗଣପର୍ବ ରଜ ଉପଲକ୍ଷେ ଗାଁ’ଠୁ ସହର ଉତ୍ସବ ମୁଖର ସବୁଠି ପିଠା ମିଠାର ବାସ୍ନା ଏବଂ ଦୋଳି,ବାଗୁଡି ଓ ପୁଚି ଖେଳ,ରଜ ପାନ ଆଦି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀପିତ ରଖିବା ଆବଶ୍ୟକ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ପରିଷଦ ପକ୍ଷରୁ ଡକ୍ଟରେଟ୍ ଆୱାର୍ଡ ପାଇ ଧାମନଗର ମାଟିର ଗୌରବ ଆଣିଥିବାରୁ ଶିକ୍ଷାବିତ୍ ଅବଦୁଲ ହାକିମଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଚଳିତ ବର୍ଷ ପରୀକ୍ଷାରେ ବିଭିନ୍ନ ଵର୍ଗର ଏ ୱାନ ଗ୍ରେଡ ପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜଣେ ସମାଜସେବୀ ଅନୁଷ୍ଠାନ ପ୍ରତି ସଦାସର୍ବଦା ସହଯୋଗର ହାତ ବଳାଉଥିବା ବ୍ୟକ୍ତି ପ୍ରଦୀପ ମହାପାତ୍ର(ଚଗୁଲୁ)ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜୋନ ଦାୟିତ୍ବରେ ଥିବା ସଭାପତି ଏବଂ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ରସାନନ୍ଦ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ମହେଶ୍ୱର ସ୍ୱାଇଁ,ହୃଦାନନ୍ଦ କର,ଗୋଲାମ ଜିଲାନି ହବିବି,ଅଭିମନ୍ୟୁ ମଲ୍ଲିକ,କକୈଳାସ ଗୁପ୍ତା,ନରେନ୍ଦ୍ର ମଲ୍ଲିକ,ରାମଚନ୍ଦ୍ର ସାହୁ,ବିଶ୍ୱନାଥ ବେହେରା,ଲମ୍ବୋଦର ମହାନ୍ତି,ରମଣୀ ରଞ୍ଜନ ଦାଶ,ଭିକାରୀ ବେହେରା,ନିରାକାର ଧଳ,ଭାସ୍କର ସାମଲ, ଦାମୋଦର ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏବଂ ସାମ୍ବାଦିକ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ପରିଷଦର ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଉଦେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସଭ୍ୟ ନିରାକାର ଧଳ ଅତିଥି ପରିଚୟ ଓ ପ୍ରଭଞ୍ଜନ ରାଉଳ ବେଦ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ