ଇଞ୍ଚୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ କ୍ଲବ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ):ଇଞ୍ଚୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ କ୍ଲବ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହେଇଯାଇଛି। ଶିକ୍ଷକ ମାନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଗଣିତ ଓ ବିଜ୍ଞାନରେ ବିଭିନ୍ନ ମଡେଲ ଓ ପ୍ରୋଜେକ୍ଟ ମାନ ପ୍ରସ୍ତୁତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ଓ ବିଜ୍ଞାନରେ କୁଇଜ ଟେଷ୍ଟ କରାଯାଇ କୃତି ଛାତ୍ରଛାତ୍ରୀ ବିଷ୍ଣୁ ପ୍ରିୟା ସ୍ୱାଇଁ, ସ୍ମ୍ରୂତିରଞ୍ଜନ ଜେନା, ସିଦ୍ଧାର୍ଥ ରାଉତ, ଅଙ୍କିତା ନାୟକ, ସାଇଜ୍ୟୋତି ଯେନା ଓ ସ୍ୱର୍ଣ୍ଣ ପ୍ରଭା ସାହୁଙ୍କୁ ପ୍ରସସ୍ତିପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ପିଲାମାନଙ୍କୁ ଉତ୍ସାହିତ କରାଯାଇ ଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଟନାୟକ ସଭପତିତ୍ୱ କରିଥିଲେ। ବିଦ୍ୟାଳୟ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ବାବୁ ଯେନା ଓ ଅନ୍ୟ ସଦସ୍ଯ ମାନେ ଯୋଗ ଦେଇଥିଲେ। ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ସ୍ୱାଗତ ଭାସଣ ଦେଇଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ