ଓସିଏସ୍‍ ପାଇଥିବା ରଚିତାଙ୍କୁ ଆସିକାରେ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ଲୋକସେବା ଆୟୋଗ (ଏପିଏସ୍‍ସି) ଦ୍ୱାରା ପରିଚାଳିତ ୨୦୨୨ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍‍) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଆସିକା ଏନ୍‍ଏସି ଅନ୍ତର୍ଗତ ବାଣିବିହାର ଅଞ୍ଚଳର ସୁନାଝିଅ ରଚିତା ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଦିଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିର୍ଦ୍ଦେଶକ ଇଂ ସଚ୍ଚିଦାନନନ୍ଦ ରାଉତ, ଏନ୍‍ଏସି କାଉନସିଲର ନିଗମାନନ୍ଦ ରାଉତ, ଆଇନଜୀବୀ ମାନସ ରଂଜନ ଗୌଡ, ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ପ୍ରତାପ ଚନ୍ଦ୍ର ପ୍ରଧାନ, ଗିରିଜା ଶଙ୍କର ପାତ୍ର, ବିମଳ ପ୍ରଧାନ, କାହ୍ନୁଚରଣ ଦଳେଇ, ରବିନ୍ଦ୍ର ସାହୁ, ପ୍ରଣବ ପାଢୀଙ୍କ ସମେତ ଆସିକା ବିଜୁ ଜନତା ଦଳର ବହୁ ଦଳୀୟ ନେତା ଓସିଏସ୍‍ ପରୀକ୍ଷାରେ ସଫଳତା ପାଇଥିବା ରଚିତା ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସାଙ୍ଗକୁ ଜୀବନର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ଦିବ୍ୟଗୁଣ ଧାରଣ କରିବା ଦ୍ୱାରା ଜୀବନର ମହନୀୟତା ପ୍ରତିପାଦିତ ହୋଇଥାଏ, ତେଣୁ ଜୀବର ସାର୍ଥକତା ପ୍ରମାଣିତ କରିବାକୁ ହେଲେ ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ ଓ ଉଚ୍ଚକୋଟୀର ଯୋଜନା ଏବଂ ଚିନ୍ତାଧାରା ହିଁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ ବୋଲି ପ୍ରକାଶ କରିଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨ ରେ ଆସିକା ଏନ୍‍ଏସି ଅନ୍ତର୍ଗତ ବାଣିବିହାର ଅଞ୍ଚଳର ରଚିତା ମହାପାତ୍ର ସମଗ୍ର ରାଜ୍ୟରେ ୬୮ତମ ର‌୍ୟାଙ୍କ ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ ପ୍ରକାଶ କରିଥିଲେ । ନିଜର ନିଷ୍ଠା, ଏକାଗ୍ରତା ଓ ଅଧ୍ୟାବସାୟ ବଳରେ ସଫଳତା ପାଇ ପିତା ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର ଓ ମାତା ଶିକ୍ଷୟିତ୍ରୀ ସବିତା ତ୍ରିପାଠୀଙ୍କ ସୁକନ୍ୟା ଏବଂ ପରିବାରବର୍ଗ, ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ଓସିଏସ୍‍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ରଚିତା ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା, ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ