କଙ୍କଡାହାଡ଼ ବ୍ଲକରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ
ଢେଙ୍କାନାଳ, (ତାପସଦାସ):ଆଜି କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ପ୍ରଭାତୀ ପରିଡା ଙ୍କ ଯୋଗଦାନ ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀକୁ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଲୋକାର୍ପିତ କରିଛନ୍ତି। ୫ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଭୋଜି ପିଣ୍ଡି, ଚଲାରାସ୍ତା,ଶୌଚାଳୟ, ଫୁଡ୍ ପ୍ଲାଜା ନିର୍ମାଣ ଆଦି ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ଆବଶ୍ୟକ ପଡିଲେ ଆହୁରି ୧୦ କୋଟି ଟଙ୍କା ମଂଜୁର କରାଯିବ ବୋଲି ସେ କହିଥିଲେ। ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଇଛି ବୋଲି କହିଥିଲେ ।