କବି ହରମୋହନ ଦାସଙ୍କର ୯୮ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ୍

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲାର ଧଳପୁର ଗ୍ରାମରେ ୧୯୨୭ ମସିହାରେ ଜନ୍ମିତ ଏବଂ ୨୦୧୨ ମସିହାରେ ଦେହତ୍ୟାଗ କରିଥିବା କବି ହରମୋହନ ଦାଶଙ୍କର ୯୮ ତମ ଜୟନ୍ତୀ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦଧି ବାମନ ମଠ ପ୍ରାଙ୍ଗଣରେ ପାଳନ କଲା ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ ଢେଙ୍କାନାଳ ଥିଙ୍କର୍ସ ଫୋରମ ଜ୍ଝଏହି ଜୟନ୍ତୀ ଉତ୍ସବରେ ଫୋରମର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସମେତ କବିଙ୍କ ପୁତୁରା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଦାଶ ଉପସ୍ଥିତ ରହି କବିଙ୍କ ବ୍ୟକ୍ତିଗତ ଜୀବନ ଏବଂ ସାହିତ୍ୟିକ ଜୀବନ ଉପରେ ଆଲୋକ ପାତ କରିଥିଲେ ଜ୍ଝବିଂଶ ଶତାବ୍ଦୀରେ ଢେଙ୍କାନାଳର ଗ୍ରାମାଞ୍ଚଳରେ ଜନ୍ମ ଗ୍ରହଣ କରିଥିବା କବି ହରମୋହନ ଦାଶ ବୃତ୍ତିରେ ଶିକ୍ଷକ ଏବଂ ପ୍ରବୃତ୍ତିରେ ଜଣେ କବି ଭାବେ ସାରା ଓଡିଶାରେ ପରିଚିତ ଥିଲେ ଜ୍ଝଶିକ୍ଷକତା କ୍ଷେତ୍ରରେ ରାଷ୍ଟ୍ରପତି ପୁରସ୍କାର, ସାହିତ୍ୟ କ୍ଷେତ୍ରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ କବି ଜୀବନ କାଳ ଭିତରେ ୧୮ ଖଣ୍ଡ ପୁସ୍ତକ ପ୍ରକାଶିତ କରିବା ସହିତ ଆହୁରି ୧୧ ଖଣ୍ଡ ଅପ୍ରକାଶିତ କାବ୍ୟ ଗ୍ରନ୍ଥ ରଚନା କରିଯାଇଛନ୍ତି ଜ୍ଝକଲ୍ଲୋଳ ସାହିତ୍ୟ ସଂସଦ, ଭକ୍ତି ବିନୋଦ ସାହିତ୍ୟ ସଂସଦ, ଜିଲ୍ଲା ଲେଖକ ସଂସଦ ଆଦି ଅନୁଷ୍ଠାନ ମାନ ଜନ୍ମନେବାରେ କବିଙ୍କର ଭୂମିକା ଅବର୍ଣ୍ଣନୀୟ ଜ୍ଝକବି ରୀତି ଯୁଗୀୟ କବିତା, ଗାଥା କବିତା, ଆଧୁନିକ କବିତା ଏବଂ ଅନୁବାଦିତ କବିତା ରଚନାରେ ସିଦ୍ଧହସ୍ତ ଥିଲେ ଜ୍ଝମାତ୍ର କବିଙ୍କୁ ଢେଙ୍କାନାଳ ମାଟିରୁ ଉପଯୁକ୍ତ ସମ୍ମାନ ନମିଳିବା ଯୋଗୁ ଆଜି ଜୟନ୍ତୀ ଉତ୍ସବରେ ବକ୍ତା ମାନେ ଦୁଃଖ ପ୍ରକାଶ କରିଥିଲେ ଜ୍ଝତେବେ ଆସନ୍ତା ୨୦୨୭ ମସିହାରେ କବିଙ୍କର ପରିବାରଙ୍କୁ ସାମିଲ କରି ଢେଙ୍କାନାଳ ଥିଙ୍କର୍ସ ଫୋରମ କବିଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ଫୋରମର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ଘୋଷଣା କରିଥିଲେ ଜ୍ଝଉକ୍ତ ଜୟନ୍ତୀ ଉତ୍ସବରେ ଫୋରମର କୋଷାଧ୍ୟକ୍ଷ ଶ୍ରୀ ବୈକୁଣ୍ଠ ନାଥ ଦ୍ବିବେଦୀ, ପ୍ରସାର ପ୍ରମୁଖ ଭୋଜରାଜ ସାହୁ,ସାମାଜିକ ସହ ପ୍ରମୁଖ ଅବିନାଶ ପଟ୍ଟନାୟକ, ଚରୈବେତି ପ୍ରମୁଖ ପ୍ରକାଶ କୁମାର ପରିଡା,ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ, ରଞ୍ଜନ କୁମାର ସାହୁ, ଅଶୋକ କୁମାର ସାହୁ,ଦେବ ପ୍ରସାଦ ସାହୁ,ବିଭୁ ନାରାୟଣ ଦ୍ବିବେଦୀ, ସନ୍ତୋଷ କୁମାର କର ଏବଂ ସଦସ୍ୟା ସଂଯୁକ୍ତା ସାହୁ, ସୁନିତା ପଟ୍ଟନାୟକ, ସସ୍ମିତା ରାଉତ ଙ୍କ ସମେତ ଯୁବ ସଦସ୍ୟ ଅଂଶୁମାନ ପଟ୍ଟନାୟକ ଉପସ୍ଥିତ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ