କାର୍ତ୍ତିକ ମାସରେ ପୁଣି ଭକ୍ତଙ୍କ ପାଇଁ କଟକଣା

ପୁରୀ,(ୱାଏନଏସ):କାର୍ତ୍ତିକ ମାସରେ ଆଉ ପୁର୍ବ ଭଳି ଭକ୍ତ ଶ୍ରୀ ମନ୍ଦିର ଚାରି ଦ୍ଵାର ଦେଇ ପ୍ରବେଶ କରିପାରିବେନି। ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ କେବଳ ଶ୍ରୀ ମନ୍ଦିର ସିଂହ ଦ୍ଵାର ଓ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରବେଶ କରିବେ। କାର୍ତ୍ତିକ ମାସରେ ଶ୍ରୀ ମନ୍ଦିର ରେ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ
ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି କଟକଣା କରାଯାଇଛି। ତେବେ ଏହି ନିଷ୍ପତ୍ତି କୁ ଅନେକ ଭକ୍ତ ଓ ସେବାୟତ ନାପସନ୍ଦ କରିଛନ୍ତି । ଏହି କଟକଣା ଦ୍ବାରା ଅଧିକ ଭିଡ଼ ହେବ ଓ ଭକ୍ତ ମାନେ ହଇରାଣ ହେବେ। ବିଶେଷ କରି ମହାପ୍ରସାଦ ଟିକେ କିଣିବା ପାଇଁ ଚାହୁଥିବା ଭକ୍ତ ଙ୍କୁ ଲାଇନ୍ ରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବ। ପୁରୀ ବାସିନ୍ଦା ମଧ୍ୟ ବେଶ ଅସୁବିଧା ଭୋଗିବେ। ବିଚାର ବିମର୍ଶ ନ କରି ଶ୍ରୀ ମନ୍ଦିର ଚାରିଦ୍ଵାର ପ୍ରବେଶ କଟକଣାକୁ ନାପସନ୍ଦ କରାଯାଇଛି। ସିଂହ ଦ୍ଵାର ଓ ପଶ୍ଚିମ ଦ୍ଵାର ରେ ଭକ୍ତ ଙ୍କ ପାଇଁ ଅଧିକ ସେଡ଼ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ମତ ଦେଇଛନ୍ତି। ତେବେ ଯେଉଁ ଭକ୍ତ ମହାପ୍ରସାଦ କେବଳ କିଣିବାକୁ ଚାହିଁବ ଆନନ୍ଦ ବଜାର କୁ ଯିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଚି। ନ ହେଲେ କାର୍ତ୍ତିକ ମାସରେ ଦଲାଲ ମାନେ ମନ୍ଦିର ଭିତରୁ କମ ମୂଲ୍ୟ ରେ ଅବଢ଼ା କିଣି ଚଢ଼ା ଦରରେ ଭକ୍ତ ଙ୍କୁ ବିକ୍ରୀ କରିବେ। ଶ୍ରୀ ମନ୍ଦିରବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଏ ସରକାର୍ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଭକ୍ତ ଙ୍କ ପାଇଁ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲା କରିଲେ। ଚାରି ଦ୍ଵାର ରେ ଆଜି ପର୍ଯ୍ୟନ୍ତ ଭଲ ରେ ସେଡ୍ ହୋଇପାରିଲା ନାହିଁ। ଖରାରେ ଭକ୍ତ ଡହଳ ବିକଳ ହେଉଛନ୍ତି। ଏ ପୁଣି ଚାରି ଦ୍ଵାର ପ୍ରବେଶ ନେଇ କଟକଣା ଲଗାଇଛନ୍ତି। ତେବେ କାହିଁକି ଚାରି ଦ୍ଵାର ଭକ୍ତ ଙ୍କ ପାଇଁ ଖୋଲିବା ସରକାର ପ୍ରଚାର କରୁଥିଲେ। ତେବେ ଯଦି 4 ଦ୍ୱାର ରେ ପ୍ରବେଶ ନେଇ କଟକଣା ଲଗାଯାଇଛି ତେବେ ଭକ୍ତ ଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଉ। ଯେଉଁ 2 ଦ୍ଵାର ଦେଇ ଭକ୍ତ ଙ୍କ ପ୍ରବେଶ ନେଇ ନୁଆ ନିୟମ ଲାଗୁ ହୋଇଚି ଉକ୍ତ ଦ୍ଵାର ରେ ପର୍ଯ୍ୟାପ୍ତ ସେଡ ନାହିଁ। ଫଳରେ ଭକ୍ତ ମାନେ ପ୍ରବଳ ଖରା ରେ ଠିଆ ହୋଇ କଷ୍ଟ ଭୋଗିବେ। ପାନୀୟ ଜଳ ର ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଭକ୍ତ ବିଶ୍ରାମ ନେବା ପାଇଁ ସ୍ଥାନ କରାଯାଇନାହିଁ। ପୁର୍ବରୁ ଭକ୍ତ ମାନେ ଅତି ସହଜରେ ଉତ୍ତର ଦ୍ଵାର ପଟେ ପ୍ରବେଶ କରି ସହଜରେ ମହାପ୍ରସାଦ ଧରି ଆସୁଥିଲେ। ତେବେ 4 ଦ୍ଵାର ପ୍ରବେଶ କଟକଣା ପରେ ଭକ୍ତ ଟିଏ ଉତ୍ତର ଦ୍ଵାର ରେ ପ୍ରବେଶ କରି ପାରିବ ନାହିଁ। ଅନ୍ୟ ଦ୍ଵାର ରେ ପ୍ରବଳ ଭିଡ଼ ହେତୁ ଭକ୍ତ ଟିଏ କେବଳ ମହାପ୍ରସାଦ ପାଇଁ ଘଂଟା ଘଣ୍ଟା ଠିଆ ହୋଇ ପାରିବ ନାହିଁ। ଯାହାକି ଦଲାଲ ମାନଙ୍କୁ ଫାଇଦା ହେବ। ଭକ୍ତ ଙ୍କୁ ମହାପ୍ରସାଦ ଦେବା ନାଁରେ ଭକ୍ତ ଙ୍କୁ ଆର୍ଥିକ ଶୋଷଣ କରିବେ। ଭକ୍ତ ମାନେ ହଇରାଣ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ