ଖଇରା ଗ୍ରାମ ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ନିରାକରଣ ନେଇ ସଚେତନ ସଭା

ବୋଡେ଼ନ, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ନିଜ ଗ୍ରାମ, ନିଜ ପଞ୍ଚାୟତ ରେ ଲକ୍ଷ ପତି ବନିବା ସୁଯୋଗ ରହିଥିବା ବେଳେ ଏହାର ସୁବିଧା ନେବା ପାଇଁ ଶ୍ରମିକ ମାନଙ୍କୁ ଆହ୍ବାନ କରିଛନ୍ତି। ନିଜ ପରିବାର ରେ ୩୦୦ ଦିନ କାର୍ଯ୍ୟ କରି ନିର୍ମାଣ ଶ୍ରମିକ ସହାୟତା ମଧ୍ୟ ଲାଭ ନେଇ ପାରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଜଙ୍ଗଲ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି। ସଭାରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା, ସରପଞ୍ଚ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ